ଯାଜପୁର, ୩୧/୦୮(ପିପିଟି): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅମୀୟ ତ୍ରିପାଠୀ ଏବଂ ଗ୍ରନ୍ଥାଗାରିକ ହରପ୍ରିୟା ସାହୁଙ୍କ ଅନ୍ୟତ୍ର ବଦଳି ଅବସରରେ ଆଜି ଉଭୟଙ୍କୁ କାର୍ଯ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶ କ୍ରମେ ଗ୍ରନ୍ଥାଗାରିକ ହରପ୍ରିୟା ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ବଦଳି ହୋଇଛି। ଏହାସହ ବରିଷ୍ଠ କିରାଣୀ ଅମୀୟ ତ୍ରିପାଠୀ ପଦୋନ୍ନତି ପାଇ ସେକ୍ସନ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ସମସ୍ତ କର୍ମଚାରୀ ଯୋଗଦେଇ ବଦଳି ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ସମୟାନୁବର୍ତ୍ତିତା ଓ ସହକର୍ମୀଙ୍କ ପ୍ରତି ତାଙ୍କର ଆତ୍ମୀୟତାକୁ ସ୍ମରଣ କରିଥିଲେ। ବଦଳି ହୋଇଥିବା ଉଭୟ କର୍ମଚାରୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଟ୍ଟନାୟକ ନୂତନ କର୍ମସ୍ଥଳୀରେ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସରକାରୀ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।