କବିସୂର୍ଯ୍ୟନଗର,୧୬/୧୧(ପିପିଟି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ଲକି କଲ୍ୟାଣ ମଣ୍ଡପ ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଓ ମିଡ଼ିଆ ହାଉସ କବିସୂର୍ଯ୍ୟନଗର ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ଉତ୍ସବକୁ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନ ଜାତୀୟ ସାଧାରଣ ସମ୍ପାଦକ ଆନ୍ଧ୍ର ପ୍ରଦେଶରୁ ଡି. ସୋମା ସୁନ୍ଦର ଯୋଗ ଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ OUWJ ର ରାଜ୍ୟ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ତହସିଲଦାର ରବୀନ ଚର୍ଚ୍ଚିଲ ମିଶ୍ର,ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ଥାନା ଅଧିକାରୀ ସଂଜିତ କୁମାର ବେହେରା, ଜାତୀୟ ପରିଷଦ ସଭ୍ୟ ଅଭିଷେକ ପ୍ରସାଦ ସିଂ, ଧନେଶ୍ୱର ମହାରଣା,ମୁନ୍ସିପାଲଟି ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ, ପ୍ରମୁଖ ଯୋଗ ଦେଇ “ଏଆଇ ଯୁଗରେ ସାମ୍ବାଦିକତା ବରଦାନ ନା ଅଭିଶାପ”ଶୀର୍ଷକ ଆଲୋଚନା ଚକ୍ରରେ ମତବ୍ୟକ୍ତ କରିଥିଲେ। ଶିକ୍ଷକ ଦିବାକର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ବିଭିନ୍ନ ଜିଲାରୁ ବହୁ ସାମ୍ବାଦିକ ଯୋଗ ଦେଇଥିବା ବେଳେ ସମସ୍ତ ସାମ୍ବାଦିକଙ୍କୁ ମିଡ଼ିଆ ହାଉସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କବୟତ୍ରୀ ମୁନି ଶତପଥୀ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ସେହିପରି ମଞ୍ଚାସୀନ ଅତିଥି ଏବଂ ବୁଢ଼ାମ୍ବ ସରପଞ୍ଚ ସୁଜିତା ପଣ୍ଡା,ବାଉଁଶିଆ ସରପଞ୍ଚ ମିନତୀ କୁମାରୀ ଦାସ, ଓ ଗାଙ୍ଗପୁର ସମିତି ସଭ୍ୟା ଚଞ୍ଚଳି ନାହାକଙ୍କୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ନିଜ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶିତ କରି କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବହୁ ସରପଞ୍ଚ, ସମିତି ସଭ୍ୟ, ଶିକ୍ଷକ,ଶିକ୍ଷାବିତ, ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାମ୍ବାଦିକ ସରୋଜ କୁମାର ମିଶ୍ର,ପୀତବାସ ଦାଶ, ବିବେକାନନ୍ଦ ସାହୁ, କୃପାସିନ୍ଧୁ ସ୍ୱାଇଁ, କୃଷ୍ଣ ନାହାକ, ସ୍ଵପ୍ନେଶ୍ଵର ପାଣିଗ୍ରାହୀ, ପରିଚାଳନା କରିଥିବା ବେଳେ,ସିମାଞ୍ଚଳ ପାଣି,ପ୍ରଣୟ ମହାପାତ୍ର,ପ୍ରଦୀପ କୁମାର ସ୍ୱାଇଁ, ସରୋଜ ରେଡି, ଆଦିତ୍ୟ ନାଥ ତ୍ରିପାଠୀ ସହଯୋଗ କରିଥିଲେ ଆସିକା, ପୁରୁଷୋତ୍ତମପୁର, କୋଦଳା, ବେଗୁନିଆପଡା,ରଙ୍ଗେଇଲୁଣ୍ଡା, ପୋଲସରା, ଅଞ୍ଚଳରୁ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।
ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।