ଜବର ଦଖଲ ସରକାରୀ କ୍ୱାଟର ଚିହ୍ନଟ କଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର ,୦୭/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସହ ଏକ ୧୨ ଜଣିଆ ଉଚ୍ଚ ସ୍ତରୀୟ ପ୍ରାଶାସନିକ ଅଧିକାରୀ ଦଳ ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ଜବର ଦଖଲ ସରକାରୀ କ୍ୱାଟର ଗୁଡ଼ିକୁ ହଠାତ୍ ପରିଦର୍ଶନ କରି ଚିହ୍ନଟ କରିଛନ୍ତି । ବିନା ଏଲଟମେଣ୍ଟ ରେ ରହୁଥିବା ତଥା ଦୀର୍ଘ ବର୍ଷରୁ ଅନ୍ୟତ୍ର ବଦଳି ହୋଇଥିବା ସତ୍ତ୍ୱେ ଘର ଛାଡ଼ି ନ ଥିବା ଓ ଘର ଭଡ଼ା ଦେଉ ନଥିବା ଏଭଳି ଅନେକ ଗୁଡିଏ ଜବର ଦଖଲ ସରକାରୀ ଘର ଗୁଡିକୁ ତୁରନ୍ତ ଖାଲି କରିବାକୁ ଓ ଏହାର ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସମେତ ଆଜି ଏଡିଏମ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳିନା ପଧାନ, ଉପ ଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ସୋନପୁର ବିଡିଓ ପ୍ରତୀକ କର, ଦୁଇ ଜଣ ଡେପୁଟି କଲେକ୍ଟର, ଦୁଇ ଜଣ ଆସିଷ୍ଟାଣ୍ଟ କଲେକ୍ଟର, ଏମର୍ଜେନ୍ସି ଅଫିସର୍, ସ୍ଥାନୀୟ ତହସିଲଦାର, ଆରଆଇ ପ୍ରମୁଖ ୧୨ ଜଣିଆ ପ୍ରଶାସନିକ ଅଧିକାରୀ ଟିମ ସକାଳ ୭ ଟା ରୁ ୯.୩୦ ଯାଏ ସହରର ମହାବୀର କଲୋନୀ କ୍ଲଷ୍ଟର କ୍ୱାର୍ଟରସ୍, ବ୍ଲକ୍ କଲୋନୀ କ୍ଲଷ୍ଟର କ୍ୱାଟର ଓ ବିଭିନ୍ନ କଲୋନୀ ପରିଦର୍ଶନ କରି ଜବର ଦଖଲ କାରୀ କର୍ମଚାରୀ ଓ ଅଫିସରଙ୍କୁ ତାଗିଦ କରିଥିଲେ । ଜିଲ୍ଲାପାଳ ଙ୍କ ସହିତ ଆଜିର ଏଇ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଆକ୍ସନ ମୁଡ୍ କୁ ଦେଖି ଜବର ଦଖଲ କାରୀ ସରକାରୀ କର୍ମଚାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖାଯାଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment