ଜନ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସି.ପି.ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ୪ର୍ଥ ଜିଲ୍ଲା ସମ୍ମିଳନୀରେ ଆହ୍ବାନ ।

ଆସିକା,୩୦/୦୬(ପିପିଟି): ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ୪ର୍ଥ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆସିକା ଟାଉନ ହଲରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୧୧ ଜଣ ଜିଲ୍ଲା କମିଟି ସଦସ୍ୟ ଏବଂ ପି ପାର୍ବତୀ ଜିଲ୍ଲା ସଂପାଦିକା ନିର୍ବାଚିତ ହୋଇଛନ୍ତି । ବିଦାୟୀ ସଂପାଦକ ଶଙ୍କର ଇନକିଲାବ ଲାଲ୍ ପତକା ଉତ୍ତୋଳନ କରିଥିଲେ ଏବଂ ଶହୀଦ୍ ବେଦୀରେ ସମସ୍ତ ସାଥୀ ପୁଷ୍ପ ଅର୍ପଣ କରିଥିଲେ। ସିପିଆଇ (ଏମ୍ -ଏଲ୍) ରେଡଷ୍ଟାର ର ରାଜ୍ୟ ସଂପାଦିକା ଆନୁଷ୍ଠାନିକ ଭାବରେ ୪ର୍ଥ ଗଞ୍ଜାମ ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରି ଡବଲ ଇଞ୍ଜିନ ସରକାର ଡବଲ ବିନାଶକାରୀ ସରକାର ପାଲଟିଛି ଏଥିପାଇଁ କମ୍ୟୁନିଷ୍ଟ ଆନ୍ଦୋଳନକୁ ତୀବ୍ରତର କରି ଜନସାଧାରଣଙ୍କ ଅଧିକାର ହାସଲ କରିବାକୁ ବୋଲି ବକ୍ତବ୍ୟରେ ରଖିଥିଲେ। ତତ୍ ସହିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସ୍ବତନ୍ତ୍ର ସ୍ଥାନ ଦଖଲ କରି ଆସିକା ମାଟିର ସ୍ବତନ୍ତ୍ର ପରିଚୟ ଆଣିଦେଇଥିବା ମେଧାବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୧୦ମ ସ୍ଥାନ ଦଖଲ କରିଥିବା ଇତିଶ୍ରୀ ଜେନାଙ୍କ ବାପା ପ୍ରକାଶ ଜେନା ଏବଂ ମାତା ଗାୟତ୍ରୀ ଜେନା,୬୩ତମ ସ୍ଥାନ ହାସଲ କରିଥିବା ସ୍ନିଗ୍ଧା ସେନାପତିଙ୍କ ପିତା ତାରିଣୀ ସେନାପତି ମାନପତ୍ର ସହ ଉପଢୌକନ ରାଜ୍ୟ ସଂପାଦିକାଙ୍କ ହାତରୁ ଗ୍ରହଣ କରିଥିଲେ। ଖୋଲା ଅଧିବେଶନ କାର୍ଯ୍ୟକ୍ରମ ପରେ ପ୍ରତିନିଧି ଅଧିବେଶନରେ ବିଦାୟୀ ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ଜିଲ୍ଲା ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହାକୁ ଆଲୋଚନା କରି ଗୃହିତ କରାଯାଇଥିଲା। ୧୧ ଜଣ ପ୍ରତିନିଧି ଏବଂ ୪ ଜଣ ପର୍ଯ୍ୟବେକ୍ଷକ ଆସନ୍ତା ୨୮/୨୯ ଜୁଲାଇ ୨୦୨୬ ରେ ଲୋହିଆ ଏକାଡେମୀ ଠାରେ ଆୟୋଜିତ ହେବାକୁ ଥିବା ୮ମ ରାଜ୍ୟ ସମ୍ମୀଳନୀକୁ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀରେ ୪ଟି ନିର୍ଧାରଣ ୪ ଶ୍ରମ ସଂହିତା ବାତିଲ କରିବା, କୃଷକମାନଙ୍କର ନ୍ୟାଯ୍ୟ ଦାବି, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ସରକାରୀ ଯୋଜନାରେ ଦୁର୍ନୀତି ଏବଂ ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣ, ଦେଶରେ ଗଣତନ୍ତ୍ର ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଜୋରଦାର କରିବା, ଆଦିବାସୀ,ଦଳିତ ଏବଂ ବିସ୍ଥାପିତ ଜନସାଧାରଣଙ୍କ ସୁରକ୍ଷା ଆଦି ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସମ୍ମିଳନୀ ପରିଚାଳନା କରିବା ପାଇଁ ଟୁନା ମଲ୍ଲିକ, ରାମଚନ୍ଦ୍ର ବାଡତ୍ୟା,ଯଶୋଦା ନାୟକଙ୍କୁ ନେଇ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା। ସଂଚାଳନ ସମିତି, ବିବରଣୀ ଲିଖନ କମିଟି ତାଙ୍କ କାର୍ଯ୍ୟ ସଂପାଦନ କରିଥିଲେ। ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳାଙ୍କ ସହ କମ୍ରେଡ ହେନା ଏବଂ ବିଜୟ ବାରିକ ରାଜ୍ୟ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ। ଶେଷରେ ନବନିର୍ବାଚିତ ସଂପାଦିକା କମ୍ରେଡ ପାର୍ବତୀ ଲାଲ୍ ପତକା ଅବତରଣ କରି ସମ୍ମିଳନୀକୁ ଉଦଯାପନ କରିଥିଲେ।

Comments (0)
Add Comment