ବେଗୁନିଆପଡା ,୦୨/୦୯(ପିପିଟି):ବେଗୁନିଆପଡ଼ା ଜନତା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଜାତି/ଜନଜାତି ଛାତ୍ରୀ ନିବାସରେ ଅବ୍ୟବସ୍ଥା ନେଇ ଅଭିଯୋଗ ଉଠିଛି। ଛାତ୍ରୀ ନିବାସରେ ବର୍ତ୍ତମାନ ପ୍ରାୟ ୯୦ ଜଣ ଛାତ୍ରୀ ରହୁଥିବା ବେଳେ, ସେମାନଙ୍କ ଦେଖାଶୁଣା ଓ ପରିଚାଳନାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ୧୦୦ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆବାସିକ ହଷ୍ଟେଲରେ ଜଣେ ୱାର୍ଡେନ୍ ଓ ଦୁଇଜଣ ରୋଷେୟା ରହିବା କଥା। କିନ୍ତୁ ବର୍ତ୍ତମାନ ଜଣେ ମାତ୍ର ରୋଷେୟାଙ୍କ ଉପରେ ୯୦ ଜଣ ଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ରହିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୱାର୍ଡେନ୍ ଦୀର୍ଘଦିନ ଧରି ଛୁଟିରେ ଥିବା ନେଇ ଅଭିଯୋଗ ହୋଇଛି।ବ୍ଲକ ତଥା ବ୍ଲକ ବାହାର ଅଞ୍ଚଳରୁ ଆସିଥିବା ଛାତ୍ରୀମାନେ ପରିବାରଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଭଲ ପାଠପଢ଼ା ସହ ଉତ୍ତମ ସୁବିଧା ଓ ସୁରକ୍ଷିତ ପରିବେଶ ମିଳିବ ବୋଲି ଆଶା ରଖିଥିବା ଛାତ୍ରୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଭାବକମାନେ ବିଡ଼ିଓ ଏବଂ ବିଇଓ ଙ୍କୁ ଅଭିଯୋଗ କରିଛନ୍ତି।
ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ହଷ୍ଟେଲ ସମ୍ପର୍କରେ ଆଲୋଚନା ପାଇଁ ୱାର୍ଡେନଙ୍କୁ ଭେଟିବା ସମୟରେ ଉତ୍ତମ ବ୍ୟବହାର ମିଳୁନଥିବା ଅଭିଯୋଗ ହୋଇଛି।ଗୋଟିଏ ଆବାସିକ ହଷ୍ଟେଲରେ ୯୦ ଜଣ ଛାତ୍ରୀ ରହୁଥିବା ବେଳେ ମାତ୍ର ଜଣେ ରୋଷେୟାଙ୍କ ଉପରେ ଏତେ ବଡ଼ ଦାୟିତ୍ୱ ଦିଆଯିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀ ନିବାସର ସୁଚାରୁ ପରିଚାଳନା ଓ ଛାତ୍ରୀମାନଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ଦିଗରେ କର୍ତ୍ତୃପକ୍ଷ କାହିଁକି ତୁରନ୍ତ ପଦକ୍ଷେପ ନେଉନାହାନ୍ତି, ତାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଅଭିଯୋଗଗୁଡ଼ିକର ସତ୍ୟତା ଯାଞ୍ଚ କରି ଛାତ୍ରୀ ନିବାସରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ସୁବ୍ୟବସ୍ଥିତ ପରିଚାଳନା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅପର ପକ୍ଷରେ କିଛି ଅଭିଭାବକ ଏହା ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ବେଗୁନିଆପଡା ବି ଇ ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏହାକୁ ନେଇ ବେଗୁନିଆପଡା ବି ଇ ଓ ତାଙ୍କ ଠାରୁ ମଧ୍ୟ ରିପୋର୍ଟ ମାଗିଛନ୍ତି। ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାତ୍ର ଅଭିଯୋଗ କୁ ଅସ୍ବୀକାର କରିବା ସହିତ ଏହା ସମ୍ପୂର୍ଣ ଭିତ୍ତିହୀନ କହି ବିଇ ଙ୍କୁ ଲିଖିତ ଉତ୍ତର ପ୍ରଦାନ କରିଥିବା କହିଛନ୍ତି । ଏହି ଛାତ୍ରୀ ନିବାସଟି ବେଗୁନିଆପଡ଼ା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦାୟିତ୍ବରେ ଥିବା ଜିପିଓ ସୁଧୀର ପ୍ରଧାନକଂ ଦାୟିତ୍ବରେ ରହିଛି। ଏ ସମାସ୍ଯାକୁ ନେଇ ଜିଲ୍ଲା ମଂଗଳ ଅଧିକାରୀଙ୍କୁ ଲିଖିତ ଅବଗତ କରାଯାଇଥିବା ସେ କହିଛନ୍ତି ପ୍ରଧାନ ଶିକ୍ଷକ ।ୱାର୍ଡେନ ଓ ପ୍ରଧାନ ଶିକ୍ଷ୍ୟକଙ୍କ ଆରୋପ ପ୍ରତ୍ୟାରୋପ ର ପୂର୍ଣ୍ଣଛେଦ ପଡି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମାସ୍ଯାର ସମାଧାନ କେବେ ହେଉଛି ତା ଉପରେ ନଜର ରହିଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ