ଚିକିଟି ପ୍ରେସ କ୍ଲବ୍‌ର ବନ୍ଧୁମିଳନ ।

ଚିକିଟି,୨୩/୧୦(ପିପିଟି): ଗଞ୍ଜାମ ଜିଲ୍ଲା ଚିକିଟିଠାରେ ଚିକିଟି ପ୍ରେସ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମରଣୀୟ ଅବସରରେ ଏହି କାର୍ଯ୍ୟକ୍ରମରେ ‘ଚେତନା ନିଉଜ୍’ର ଅର୍ଜୁନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ସମ୍ବାଦ ସରବରାହ ସଂସ୍ଥା ସହ ଏକମତ ହୋଇ ସବୁ ସ୍ତରର ଲୋକଙ୍କ ସମସ୍ୟା ଯେମିତି ଉପସ୍ଥାପନା କରାଇବା ସେପରି ସରକାରୀ ଯୋଜନା ଗୁଡ଼ିକ ସୁଫଳ ପାଇଁ ଜନସାଧାରଣଙ୍କୁ ସଚେତନ କରେଇବା ନେଇ ଶପଥ ପାଠ କରାଗଲା। ଏଥିସହ ସମ୍ବାଦର ବିଭୁଧେନ୍ଦ୍ର ପାଢ଼ୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଓଡିଏମ୍‌ର ଉପ-ସଭାପତି ଦୀପକ ଚୈ।ଧୁରୀ , ସଭାପତି ନିଗମାନନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁର୍ଗା ମାଧବ ମହାରଣା ଏବଂ ସମ୍ପାଦକ ଅରୁଣ କୁମାର ପଣ୍ଡା, ନରସିଂହ ବେହେରା, ରମେଶ ବେହେରା, ରୁପାଲୀ ମହାନ୍ତି, ଶ୍ରୀବତ୍ସ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।ନୂତନ ଭାବେ ଉଲ୍ଲାଶ ଗୌଡ଼ ଚେତନା ଖବର କାଗଜର ସାମ୍ବାଦିକ ଭାବେ ଯୋଗଦେଇ ଥିଲେ, ତାଙ୍କୁ ଗ୍ରହଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯଇଥିଲା

କାର୍ଯ୍ୟକ୍ରମ ଆରମ୍ଭରେ ଆଇନ ପରାମର୍ଶଦାତା ତଥା ଓଡିଏମ୍ ସଦସ୍ୟ ମାନସ ପାଢ଼ୀ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ନିଜର ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଏହାପରେ ସମସ୍ତ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ (ଫୁଲତୋଡ଼ା) ଏବଂ ଉପଢୌକନ ପ୍ରଦାନ କରାଯାଇ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧିତ ଓ ସ୍ୱାଗତ କରାଯାଇଥିଲା। ଓଡିଏମ ଏମ ର ଗଞ୍ଜାମ ସଭାପତି ଅମରେନ୍ଦ୍ର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ସଭିଙ୍କୁ ଉତ୍ସାହିତ କରିବା ସହ ଚିକିଟିର ସଂଗଠନ କୁ ପ୍ରଶଂସା କରିଥିଲେ।ଏହି ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ସଂପାଦକ ଶ୍ରୀ ପଣ୍ଡା ସବୁ ପରିଚାଳନା କରିଥିଲେ ଓ ଦୀପକ ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Comments (0)
Add Comment