କୋଦଳା,୧୩/୦୭(ପିପିଟି): ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଶତପଥୀ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ୧୧/୦୭/୧୯୮୮ ରୁ ଶିକ୍ଷକ ଭାବେ ନିଯୁକ୍ତି ପାଇ ୩୦/୦୬/୨୦୨୨ ରେ ଅବସର ଗ୍ରହଣ କରିଥିଲେ ।
ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସର ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭିକାରି ଚରଣ ରାଉତଙ୍କ ସଭାପତିତ୍ୱ ତଥା ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାଶ ଙ୍କ ପରିଚାଳନା ରେ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି,ଅଭିଭାବକ, ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ବର୍ଣାଢ୍ୟ ପରିବେଶରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବରାଜ ସାହୁ ଯୋଗଦେଇ ଶତପଥୀ ମାଷ୍ଟ୍ରଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ପଣ୍ଡିତ ଉପେନ୍ଦ୍ର ଚନ୍ଦ୍ର ଦାଶ ବେଦପାଠ କରିବା ସହିତ ଗୁରୁପୂର୍ଣ୍ଣିମାର ମହତ୍ୱ ପ୍ରତିପାଦନ କରିଥିଲେ ।ଶେଷରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ ଦେଇ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )