କ୍ଲଷ୍ଟର ସ୍ତରୀୟ ଶିଶୁପ୍ରତିଭା ଅନ୍ୱେଷଣ “ସୁରଭି ମହୋତ୍ସବ – ୨୦୨୬ “ଅନୁଷ୍ଠିତ।

ବୋଲଗଡ଼,୧୩/୧୦(ପିପିଟି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା -୧୦୪୯୯, ତା ୧୯/୦୯/୨୦୨୬ ର ମାର୍ଗଦର୍ଶିକା ଆଧାରରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ୧୦ଟି ସାଧନ କେନ୍ଦ୍ରର ସଂଯୋଜକମାନଙ୍କର ଆବାହକତ୍ୱରେ ଶିଶୁ ପ୍ରତିଭା ଅନ୍ୱେଷଣ ଉତ୍ସବ ସୁରଭି – ୨୦୨୬ ଅନୁଷ୍ଠିତ ହୋଇ ଯାଇଛି। ଅରଖପଲ୍ଲୀ, ଭୀମପଡା, ନୂଆସାହି,ପିଚୁକୁଳି, ସାଗରଗାଁ ସାଧନ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥିରୂପେ ଯୋଗଦାନ କରି “ଶିଶୁ ହସିଲେ ଦୁନିଆଁ ହସେ” ଏବଂ ଶିଶୁମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିଟ କରି ବିକଶିତ କରିବାର ବଳିଷ୍ଠ ମାଧ୍ୟମ ସୁରଭି ବୋଲି ମତ ପ୍ରକାଶ କରିଥିଲେ l ସେହିପରି ସାନପଦରରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ଗେଡି଼ଆପଲ୍ଲୀରେ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ, ଶଙ୍କରପୁରରେ ସରପଞ୍ଚ ଅମୁଲ୍ୟ ରଞ୍ଜନ ସାହୁ, ଦେଉଳିରେ ସରପଞ୍ଚ ପ୍ରଦୀପ କୁମାର ବାରିକ, କଡବରେ ସରପଞ୍ଚ ନଳିନୀ କୁମାର ବଡ଼ଜେନା, ମାଣିବନ୍ଧରେ ସରପଞ୍ଚ ସୁନନ୍ଦା ବରାଳ ଓ ଭୀମପଡାରେ ସରପଞ୍ଚ ପୁଷ୍ପଲତା ଭଟ୍ଟ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସଙ୍ଗୀତ,ସୃଜନଶୀଳ ଲିଖନ, ବକ୍ତୃତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଚିତ୍ରକଳା ଏବଂ ଶିଳ୍ପକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ, ମହମ୍ମଦ ମୁସ୍ତାକ ଅଲ୍ଲୀ, ଚନ୍ଦ୍ରଶେଖର ନାଏକ, ପ୍ରଫୁଲ୍ଲ କୁମାର ଦାସ, ପ୍ରଦୀପ କୁମାର ବଳବନ୍ତରାୟ, ପ୍ରକାଶ ମହାପାତ୍ର, ବିପିନ ବିହାରୀ ସ୍ୱାଇଁ, ରବୀନ୍ଦ୍ର କୁମାର ବେହେରା, ଶୁଭେନ୍ଦୁ ଦଳସିଂହାର, ଲୋକନାଥ ସାହୁ,ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବାବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ନାଥ ସ୍ୱାଇଁ ମାର୍ଗଦର୍ଶନ କରିଥିଲେ । କେନ୍ଦ୍ରାଧୀନ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରି ଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment