ଅର୍ଣ୍ଣବ ବାତ୍ୟା ପରେ ଚାଷୀଙ୍କୁ “ମୁରାସୁ” ଭୟ।

ପୋଲସରା,୦୨/୧୧ (ପିପିଟି): ପୋଲସରା ବ୍ଲକରେ ଅର୍ଣ୍ଣବ ବାତ୍ୟା ପ୍ରଭାବ ତିନିଦିନ ଧରି ହେବା ଫଳରେ ଅଞ୍ଚଳର ହଜାର ହଜାର ଏକର ଜମିରେ ବର୍ଷା ପାଣି ଜମି ଚାଷୀଙ୍କ ଧାନ ଅମଳ ହେବାକୁ ମାତ୍ର କେଇଟା ଦିନ ଥିବା ବେଳେ ଧାନ ଗଛ ପଡି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚଳିତ ବର୍ଷ ଧାନ ଫସଲ ବହୁତ ଭଲ ହୋଇଥିବା ବେଳେ ସେମାନେ ସରକାରଙ୍କ ଧାନ ମଣ୍ଡିରେ ଧାନ ଦେଇ ବହୁତ ଲାଭବାନ ହେବା ସହ ଏହି ବର୍ଷକ ପାଇଁ ଖାଦ୍ୟ ସଙ୍କଟ ଦୂର ହେବା ଆଶା କିନ୍ତୁ ପ୍ରକୃତିର ତାଣ୍ଡବଲୀଳାରେ ସେମାନଙ୍କ ଆଶାକୁ ଧୂଳିସାତ୍ କରିଦେଇଥିଲା “ଅର୍ଣ୍ଣବ ବାତ୍ୟା”। ମାତ୍ର ତିନିଦିନ ପରେ “ମୁରାସୁ” ବାତ୍ୟା ଆସିବା ନେଇ ଚିନ୍ତାରେ ଚାଷୀ କୂଳ। ସେମାନେ ଦୁଇ ଦିନ ଧରି ପଡିଥିବା ଧାନକୁ ଉଠାଇ ରଖି ଚାଷୀଙ୍କ ମଧ୍ୟରେ କିଛି ଆଶା ସଂଚିତ ରଖିଥିବା ବେଳେ ୨ ତାରିଖ ମଧ୍ୟ ରାତିରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା “ମୁରାସୁ” ପୋଲସରା ଅଞ୍ଚଳର ଚାଷୀମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ଭୟ ସୃଷ୍ଟି କରିଛି। ଚାଷୀମାନେ ଧାରକରଜ କରି ଚାଷ କରୁଥିବା ବେଳେ ଦୁଇ ଗୋଟି ବାତ୍ୟା ପ୍ରଭାବରେ ହେବାକୁ ଥିବା କ୍ଷତିକୁ ପୋଲସରା ଅଞ୍ଚଳର ଚାଷୀମାନେ କିଭଳି ଭାବେ ଧାର କରଜ ସୁଜିବେ ଓ ନିଜ ପରିବାର ପ୍ରତିପୋଷଣ କରିବେ ବୋଲି ମାନସିକ ଭାରାକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment