ଶ୍ରୀ ଶ୍ରୀ ଗୌରୀଆମ୍ମା ଯାତ୍ରାରେ ଛାତ୍ରଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ।

ପୋଲସରା,୨୯/୧୧ (ପିପିଟି): ଚଳିତ ୨୦୨୬ ପବିତ୍ର କାର୍ତ୍ତିକ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଗଶିର ମାସ ୨୮ ତାରିଖ ଶନିବାର ଦିନ ସମାପନ ହୋଇଥିବା ରାଜ୍ୟ ପ୍ରସିଦ୍ଧ ଶ୍ରୀ ଶ୍ରୀ ଗୌରୀଆମ୍ମା ଯାତ୍ରା ଅବସରରେ ସ୍ଥାନୀୟ ବେସରକାରୀ ଦୀପକ ମେମୋରିଆଲ୍ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷ କରି ଯାତ୍ରାର ଶେଷ ପର୍ଯ୍ୟାୟ ୨୬ ତାରିଖ ଗୁରୁବାର ସ°ନ୍ଧ୍ୟା ସମୟରେ ସହରର ମୁଖ୍ୟ ସଡ଼କ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଲକ୍ଷାଧିକ ସଂଖ୍ୟା ଜନ ଗହଳ ମଧ୍ୟରେ ଅନୁଷ୍ଠାନର ଅଧ୍ୟୟନରତ ବାଳକ ବାଳିକାମାନେ “ସଡ଼କ ସୁରକ୍ଷା” ଉପରେ ପଥପ୍ରାନ୍ତ ନାଟକ କରିଆରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ରନ୍ଧନ ପ୍ରସାଦ ଖାଦ୍ୟ ବଣ୍ଟନ କରି ନିଜର ଉତ୍ତମ ଶୃଙ୍ଖଳିତ ଶିକ୍ଷା ଆହରଣ ଜ୍ଞାନ ଓ ଦକ୍ଷତାର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଏହି ଜନମଙ୍ଗଳ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରଥ ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଏହି କି ଯେ , ଏତେ ବଡ଼ ଯାତ୍ରାରେ ଅନ୍ୟ କୌଣସି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୌଣସି ସ୍ଥାନରେ ସଚେତନତା କରାଯାଇ ନଥିବାବେଳେ ଏହି ଶିକ୍ଷାନୁଷ୍ଠାନର ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିବା ସଚେତନ ଏବଂ ସେବା କାର୍ଯ୍ୟକୁ ନେଇ ସାଧାରଣ ଏବେ ବୁଦ୍ଧିଜୀବୀ ମହଲରେ ଭୂୟ°ସୀ ପ୍ରଶଂସା କରାଯାଇଛି ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment