କୃଷି ବିଭାଗ ଅଧିକାରୀଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ।

ଗଞ୍ଜାମ,୩୧/୧୦(ପିପିଟି): ଗଞ୍ଜାମ ଜିଲ୍ଲାର ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ହୋଇଥିବା ପ୍ରବଳ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷଜମିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କୃଷି ବିଭାଗର ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଗାଁ କୁ ଗାଁ ବୁଲି କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ସହ ଚାଷୀମାନଙ୍କୁ ସମୟୋପଯୋଗୀ କୃଷି ସୁରକ୍ଷା ପରାମର୍ଶ ପ୍ରଦାନ କରୁଛନ୍ତି । ଏହିକ୍ରମରେ ଆଜି ମୁଖ୍ୟ କୃଷି ଜିଲ୍ଲା କୃଷି ଅଧିକାରୀ,ଗଞ୍ଜାମ ମନୋରଞ୍ଜନ ରାଉଳ ଚିକିଟି ଓ ହିଞ୍ଜିଳିକାଟୁ ବ୍ଲକ୍ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ । ତାଙ୍କ ସହ କୃଷି ଜିଲ୍ଲା ଅଧିକାରୀ, ବ୍ରହ୍ମପୁର ହେମନ୍ତ ଦାସ,ମୁଖ୍ୟ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟର ଯୋଜନା ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗୋଷ୍ଟି କୃଷି ଅଧିକାରୀ ଚିକିଟି ଚିନ୍ମୟୀ ସାହୁ, ଗୋଷ୍ଠୀ କୃଷି ଅଧିକାରୀ, ହିଞ୍ଜିଳିକାଟୁ ଦେବାଶିଷ ବିନ୍ଧାଣୀ, କୃଷି ଅଧିଦର୍ଶକ ଦିବ୍ୟରଞ୍ଜନ ପରିଡ଼ାଙ୍କ ସହ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଫସଲ କ୍ଷତିର ସଠିକ ଆକଳନ କରି ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ବନ୍ୟା ପାଣି କମିଲା ପରେ ଫସଲରେ ବିଭିନ୍ନ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଫସଲ ସର୍ବେକ୍ଷଣ କରି ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ରାଉଳ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments (0)
Add Comment