କୁଲାଡ ଠାରେ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ।

ଭଞ୍ଜନଗର ୨୭/୦୧(ପିପିଟି):ଭଞ୍ଜନଗର ବ୍ଲକ କୁଲାଡ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୁମ୍ନ କୁମାର ମଳିକଙ୍କ ଅଧକ୍ଷତାରେ ବିପଦର ବନ୍ଧୁ ଓଡିଶା ଏବଂ ରୋଟାରୀ କ୍ଳବ ଭଞ୍ଜନଗର ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ଙ୍କ ଦ୍ୱାରା ଉଦଘାଟନ ହେବା ପରେ କୁଲାଡ଼ ମେନ ରୋଡ଼, ବଡ ଦାଣ୍ଡ ସାହି, ମାର୍କେଟ ପରିକ୍ରମା କରି ପୁଣି ବିଦ୍ୟାଳୟ ଠାରେ ଶେଷ ହୋଇଥିଲେ। ଶୋଭାଯାତ୍ରାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଏନସିସି, ସ୍କାଉଟ, ଯେଆରସିଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ପରେ ବିଦ୍ୟାଳୟ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରୟ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୁମର ମୁଦୁଲି, ଶିକ୍ଷକ ପ୍ରଦୁମ୍ନ କୁମର ମଳିକ, ରୋଟାରୀ କ୍ଳବ ଭଞ୍ଜନଗରର ନିର୍ବାଚିତ ସଭାପତି ରଞ୍ଜିତ କୁମାରି ବାରିକ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମିଶ୍ର, ଛତ୍ରପୁର ଯୁଗ୍ମ ସମ୍ପାଦକ ରେଖା ମହାନ୍ତି, ଶୁଳପାଣି ଶତପଥୀ ମଞ୍ଚାସିନ ରହି ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରିବା ସହ ନିଜେ ଏବଂ ନିଜ ପରିବାର ଓ ଗ୍ରାମବାସୀଙ୍କୁ ସଚେତନ କରିବାପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ଭଞ୍ଜନଗର ସଦସ୍ୟ ମାନେ,ବିଦ୍ୟାଳୟର ପୂର୍ବତନ ଛାତ୍ର ଏମ. ଯଜ୍ଞ ନାରାୟଣ ପାତ୍ର, ଗୌରୀଶଙ୍କର ପରିଡା, ପାପୁନ ସାହୁ, ଚନ୍ଦନ ସାହୁ, ଶିବା ପାତ୍ର ଏବଂ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment