କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ନିଲମ୍ୱିତ ।

ଭୁବନେଶ୍ୱର,୨୫/୦୯(ପିପିଟି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଗିରଫ୍ ହୋଇ ଜେଲ୍‌ରେ ଥିଲେ । ସେହିପରି, କଟକ ସର୍କଲ ଜେଲ୍‌ର ସିନିଅର ସୁପରିନ୍‌ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ମଧ୍ୟ ଗିରଫ୍ ହୋଇ ଜେଲ୍‌ କଷ୍ଟୋଡିରେ ଅଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍‌ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି ।

Comments (0)
Add Comment