ଭଞ୍ଜନଗର ରେ ଜିପିଏ ପକ୍ଷରୁ ଟାମ୍ରନ୍ ଲେନ୍ସ କର୍ମଶାଳା ।

ଭଞ୍ଜନଗର, ୨୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ସ୍ଥାନୀୟ ପାତ୍ର କଲୋନୀ ଶ୍ରୀ ଜଗନ୍ନାଥ ବଙ୍କୱେଟ ହଲ ଓ ରିସର୍ଟ ଠାରେ ଅଗ୍ରଣୀ ଲେନ୍ସ ନିର୍ମାତା ଟାମ୍ରନ୍ ର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ଅଧିକାରୀ ମହମ୍ମଦ ସବୀର ଅନସାରୀ, ଲୋକପ୍ରିୟ ମେଣ୍ଟର ଅନୁପ ଗୁହା, ମଡେଲ ରୁଦ୍ରାକ୍ଷି ସ୍ୱାଇଁ ଯୋଗ ଦେଇଥିଲେ। ଜିପିଏ ସଦସ୍ୟ ଅନିଲ ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ପ୍ରବଳ ବର୍ଷାରେ ମଧ୍ୟ ପ୍ରାୟ ୪୫ଜଣ ଷ୍ଟୁଡ଼ିଓ ମାଲିକ ଓ କ୍ୟାମେରାମ୍ୟାନଙ୍କ ଉତ୍ସାହ ଓ ଆଗ୍ରହକୁ ବେଶ ପ୍ରଶଂସା କରିଥିଲେ।କ୍ୟାମେରାମ୍ୟାନ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ କିଭଳି ବିଭିନ୍ନ କ୍ୟାମେରା ଜନିତ ସମସ୍ୟାର ସାମ୍ନା କରି ଜୀବନ୍ତ ଫୋଟ ଉତ୍ତୋଳନ ଓ ଭିଡ଼ିଓ ସୁଟ କରିବେ ସେସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଚାହିଦା ମୁତାବକ ଉନ୍ନତମାନର ଫୋଟ ପାଇଁ କ୍ୟାମେରାରେ ଟାମ୍ରନ୍ କମ୍ପାନୀର ବିଭିନ୍ନ ପ୍ରକାର ଲେନ୍ସର କାର୍ଯ୍ୟକାରିତା ଓ ସଠିକ ବ୍ୟବହାର ଉପରେ ପରୀକ୍ଷାମୂଳକ ଭାବେ ମେଣ୍ଟର ଅନୁପ ଗୁହା ତାଲିମ ଦେଇଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିପିଏ ସମ୍ପାଦକ ସାଗର ବେହେରା, ଉପସଭାପତି କାହ୍ନୁ ସାହୁ, କୋଷାଧ୍ୟକ୍ଷ ସଂଗ୍ରାମ ସ୍ୱାଇଁ, ସଦସ୍ୟ ସମୀର ବେହେରା, ଜଗନ୍ନାଥ ନାୟକ, ଆନନ୍ଦ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment