ଭୁବନେଶ୍ୱର,୨୨/୦୪(ପିପିଟି ):ଓଡିଶା ପୋଲିସ ହାଉସିଂ ବୋର୍ଡରେ ଟେଣ୍ଡର ଫିକ୍ସିଂଭଳି ବଡ଼ ଧରଣର ଦୁର୍ନୀତି ପ୍ଲଟ ପ୍ରସ୍ତୁତ ସରିଥିବା ବିଷୟ ଏବେ ବିଭାଗ ରେ ଚର୍ଚ୍ଚା ଧରିଛି । ଠିକାଦାର ଓ ବିଭାଗୀୟ କର୍ମଚାରୀମାନେ ମିଳିତ ଭାବେ ଟେଣ୍ଡର ପ୍ରକ୍ରିୟାକୁ ପୂର୍ବରୁ ନିର୍ଦ୍ଧାରିତ (ଫିକ୍ସ) କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ୫୪କୋଟି ଟଙ୍କାର
ପାଟଣାଗଡ଼ ବ୍ଲକ ଅଧୀନ କୁସୁମାକାନିରେ ଅଟଳ ବସ୍ ଷ୍ଟାଣ୍ଡ (ଵି -ଟାଇପ୍) ବସଷ୍ଟାଣ୍ଡ ନିର୍ମାଣ” ଏବଂସୁନ୍ଦରଗଡ଼ ଜିଲ୍ଲା
“ରାଜଗାଙ୍ଗପୁର ବ୍ଲକ୍, ସଟୁଗୁରିପାଲି ରେ ଅଟଳ ବସ୍ ଷ୍ଟାଣ୍ଡ (ଵି -ଟାଇପ୍) ନିର୍ମାଣ” କାର୍ଯ୍ୟ ରେ ବାରି ହେଉଛି ଏଭଳି ଦୁର୍ନୀତି ର ଗନ୍ଧ।
ପାଟଣାଗଡ଼ କାମ ପାଇଁ ପାଞ୍ଚ ଜଣ ଟେଣ୍ଡର ପକେଇଥିବା ବେଳେ ରାଜଗାଙ୍ଗପୁର କାମ ପାଇଁ ଛଅ ଜଣ ଟେଣ୍ଡର ପକେଇଥିଲେ।
ଟେଣ୍ଡର ଖୋଲିଲା ପାଟଣାଗଡ଼ କାର୍ଯ୍ୟରେ ଜଣେ ବିଡରଙ୍କ କାଗଜ ପତ୍ର ଠିକ ନଥିବା ନେଇ ଓ ଅନ୍ୟ ଜଣେ ବିଡରଙ୍କ ଦୁର୍ବଳ ପରିଦର୍ଶିତା କାରଣ ରୁ ରଦ୍ଧ କରି ଦେଇଥିବା ଜଣା ପଡିଛି।ସେହି ଭଳି ରାଜଗାଙ୍ଗପୁର ଅଟଳ ବସ ଷ୍ଟାଣ୍ଡ କାର୍ଯ୍ୟରେଵି ସମାନ ବ୍ୟବସ୍ଥା କରିଛି ପୋଲିସ ହାଉସିଂବୋର୍ଡ଼ କର୍ପୋରେସନ ଟେଣ୍ଡର ବିଭାଗ ।
ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଗୋଟିଏ ଟେଣ୍ଡର ପାଇଁ ସର୍ବ ନିମ୍ନ ତିନି ଜଣ ବିଡର ଙ୍କ ଟେଣ୍ଡର କାଏମ ଆବଶ୍ୟକ, ସେୟା ଵି ହେଉଛି। ଯେଭଳି କାଗଜ କଲମ ରେ ଵି ଧରା ପଡ଼ିବନି ଏହି ଦୁର୍ନୀତି। ଆସନ୍ତା ଶୁକ୍ରବାର ଏହି ଟେଣ୍ଡର ଦ୍ୱୟ ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ କରେଇ ନିଜ ଯୋଜନା ରେ ସଫଳ ହେବା ପାଇଁ ସବୁ ବ୍ୟବସ୍ଥା କରି ସାରିଛି ବିଭାଗ।
ଆର କେ ବିଲଡରଙ୍କ ଏଲ୧ ଘୋଷଣା କରିବା ପାଇଁ ଠିକାଦାର ଗୋଷ୍ଠି ଓ ବିଭାଗ ଅଧିକାରୀ ମଧ୍ଯ ରେ ଚାଲିଛି ମଧୁ ଚନ୍ଦ୍ରିକା।ଏଥିପାଇଁ ଅନ୍ୟ ତିନିଜଣ ବିଡରଙ୍କୁ ବିଡିଂରେ ଯୋଗଦେବା ପାଇଁ ପୂର୍ବରୁ ପ୍ରଭାବିତ କରାଯାଇଛି, ଯାହା ଫଳରେ କମ୍ ସେ କମ୍ ୩ଟି ବିଡ୍ ଖୋଲାଯାଇ ନ୍ୟାୟସଂଗତ ପ୍ରତିଯୋଗିତାଭଳି ଦେଖାଯିବାର ବ୍ୟବସ୍ଥା କରାଯାଇଛି।
ଅନ୍ୟାୟ ଭାବେ ଖାରଜକୁ ନେଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦ୍ୱାରସ୍ତ ହୋଇଛି ଡି କେ ଇଞ୍ଜିନିୟ ରିଙ୍ଗ ଆଣ୍ଡ କନ୍ସଷ୍ଟ୍ରସନ ।
ସରକାରୀ ଧନର ଦୁର୍ବ୍ୟବହାର କରି ଠିକାଦାର ଓ ବିଭାଗୀୟ କର୍ମଚାରୀମାନଙ୍କ ମଧ୍ୟରେ ଭାଗ ବଣ୍ଟା ପୂର୍ବ ରୁ ଭିଜିଲାନ୍ସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ପ୍ରକୁତ ସତ ଲୋକ ଲୋଚନକୁ ଆଣିବା ଓ ଅଟଳ ବସ ଷ୍ଟାଣ୍ଡ ଦ୍ୱୟ କାର୍ଯ୍ୟ ମାନ ଯେଭଳି ସଠିକ ରହିବ ସେ ପ୍ରତି କର୍ପୋରସେନ ଯତ୍ନବାନ ହେବା ପାଇଁ ଦାବୀ ହେଉଛି।