ଓଡ଼ିଶାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବଣ୍ଟନର ଶୁଭାରମ୍ଭ ।

ଖୋର୍ଦ୍ଧା,୧୪/୧୧(ପିପିଟି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କର କମଳରେ ପଥର ପେଚା ପଡିଆ, ବଲାଙ୍ଗୀରରୁ ଓଡ଼ିଶାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ବଣ୍ଟନର ଶୁଭାରମ୍ଭ ହୋଇଯାଇଅଛି । ରୀମୋଟ ବଟନ୍ ଦବାଇ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଖୋରଧା ପୌରପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଥର ପେଚା ପଡିଆ, ବଲାଙ୍ଗୀର ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କୁ ସିଧା ପ୍ରସାରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ୯୧୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍ଘାଟନ ଓ ଷିଳାନ୍ୟାସ କରିଥିଲେ । ଖୋରଧା ଜିଲ୍ଲାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ୯୦୦୫୫ ପରିବାରର ସର୍ଭେ କରାଯାଇଥିବା ବେଳେ ତନ୍ମଧ୍ୟରୁ ୩୩,୫୧୦ ପରିବାରକୁ ଯୋଗ୍ୟ ବିବେଚିତ କରାଯାଇ ସ୍ଥାୟୀ ଅପେକ୍ଷା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ରେ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ଅପେକ୍ଷା ତାଲିକା ଭୁକ୍ତ ଯଥା ବରିଷ୍ଠ ନାଗରିକ,ଦିବ୍ୟାଙ୍ଗ, ବିଧବା , ବିପର୍ଯ୍ୟୟ ରେ କ୍ଷତି ଗ୍ରସ୍ତ ହୋଇଥିବା ବ୍ୟକ୍ତି ଆଦି ହିତାଧିକାରୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ଆବାସ ମିଳିବ ବୋଲି ସମାରୋହର ମୁଖ୍ୟ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଖୋରଧା ବ୍ଲକର ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ଖୋରଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଡି ଇ ଜି ଏମ୍ ମାନସ କୁମାର ବ୍ରହ୍ମା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ, ହିତାଧିକାରୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ । ମଞ୍ଚ ସଂଯୋଜନା ସି ଆର ସି ସି ଗୀତାଞ୍ଜଳି ସାହୁ ସମ୍ପାଦିତ କରିଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment