ଓଡ଼ିଆ ଘରର ପାରମ୍ପରିକ ଜଳଖିଆ ମୁଢି଼।

ବୋଲଗଡ଼,୨୧/୦୪(ପିପିଟି): ଉଷୁନା ଚାଉଳରୁ ମୁଢି଼ ପ୍ରସ୍ତୁତି ହୋଇଥାଏ। ଆମ ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ସକାଳେ ଏବଂ ସଂଧ୍ୟାରେ ଜଳଖିଆ ରୂପେ ଖିଆ ଯାଇଥାଏ। ମୁଢି ସହିତ ଆମ ଓଡ଼ିଆ ମାନେ ଓତଃପ୍ରୋତ ଭାବେ ଜଡିତ। ମୁଢି଼ ଆମ ସମସ୍ତଙ୍କର ପ୍ରିୟ। ଗରିବ ହେଉ କି ଧନୀ ପ୍ରତି ଓଡ଼ିଆଙ୍କ ଘରେ ନିଶ୍ଚିତ ଭାବରେ ଥାଏ। ବର୍ଷକୁ ବାର ମାସ ଯାକ ମୁଢି଼ର ଆବଶ୍ୟକ ପଡୁଥିଲେ ମଧ୍ୟ ବିଶେଷ କରି ବର୍ଷା ଓ ଶୀତ ଦିନେ ଅଧିକ ଖୋଜା ପଡିଥାଏ। ଏପରିକି ଅଦା ପକା ଚା କପେ ସହ ମୁଢି଼ ଖାଇବାର ମଜା ତ ନିଆରା ଅଟେ। ଏହି ମୁଢି ସହିତ ସ୍ୱାଦ ଅନୁସାରେ ଅନ୍ୟ ଚଟପଟି ଜିନିଷ ମିଶାଇ ବା ଝାଲକରି କିଏ କେମିତି ନିଜର ପସନ୍ଦ ଅନୁଯାୟୀ ଖାଇଥାନ୍ତି।ପିଲାବେଳେ ସ୍କୁଲ ଛୁଟି ସମୟ ହେଲେ ସମସ୍ତଙ୍କର ଝାଲମୁଢି କଥା ମନେପଡେ। ଆଜି ବି ରାସ୍ତା ରେ ଗଲାବେଳେ ଝାଲମୁଢି ବିକ୍ରି ହେଉଥିବା ଦୋକାନ ଟିଏ ଦେଖିଲେ ଆପେ ପାଦ ଅଟକି ଯାଏ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଢି ଖୁବ ପସନ୍ଦ। କିଛି ଲୋକ ଏହି ମୁଢିକୁ କ୍ଷୀର ବା ଚାହା ସହ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ ମିକ୍ସଚର ଓ ବିଭିନ୍ନ ମସଲା ସହ ମିଶାଇ ଝାଲମୁଢି ଆକାରରେ ଖାଇବା କୁ ପସନ୍ଦ କରିଥାନ୍ତି । ରାସ୍ତା କଡ଼ ରେ ମିଳୁଥୁବା ମୁଢି ମିକ୍ସଚର ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏହି ମୁଢି ବା ଝାଲ ମୁଢି କେବଳ ସ୍ବାଦିଷ୍ଟ ନୁହଁ ବରଂ ଶରୀର ପାଇଁ ମଧ୍ୟ ଖୁବ ସ୍ବାସ୍ଥ୍ୟକର।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment