ଏକଲବ୍ଯ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ।

ମାଲକାନଗିରି,୦୪/୦୮(ପିପିଟି): ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ଥିତ ଏକଲବ୍ଯ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣା ପଡିଛି । ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକ ସାଉଁଳି ଗୁଡା ବୋଲି ଜଣା ପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ ଜୁଲାଇ ମାସ ୧୨ତାରିଖ ରାତିରେ ଏକଲବ୍ଯ ସ୍କୁଲ୍ କତ୍ତୃପକ୍ଷ ଏକ ବୋଲେରୋ ଗାଡିରେ ଛାତ୍ରୀଙ୍କ ଘର ସାଉଁଳି ଗୁଡା ପହଞ୍ଚି ଛାତ୍ରୀଙ୍କ ବାପାଙ୍କୁ ତାଙ୍କ ଝିଅ ଦେହ ଗୁରୁତ୍ୱର ଅଛି କହି ତାଙ୍କୁ ଏବଂ ତାଙ୍କ ପରିବାର ଅନ୍ୟ ଏକ ଜଣକୁ ଡାକି ନେଇଥିଲେ ମାଲକାନଗିରି ସ୍ଥିତ ଏକଲବ୍ଯ ସ୍କୁଲ୍ କୁ ସେଠାର ତାଙ୍କ ଝିଅ ଏବଂ ଅନ୍ଯ ଏକ ପିଲାକୁ ସେଠାରେ ବସାଇ ଛାତ୍ରୀଙ୍କ ବାପାଙ୍କୁ କହିଥିଲେ ସେଠାରେ ବସିଥିବା ପିଲା ସହ ତାଙ୍କ ଝିଅର ସମ୍ପର୍କ ରହିଛି ଏବଂ ତାଙ୍କ ଝିଅ ଛ ମାସର ଗର୍ଭ ଧାରଣ କରିଛି । ତାସହ ସେଠାରେ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲ୍ ର କିଛି ଶିିକ୍ଷକ ଓ କିଛି ବିଦ୍ୟାଳୟ କର୍ମଚାରୀଙ୍କ ଧମକା ଚମକା କରିବା ସହ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ଯ କରିଥିଲେ । ଛାତ୍ରୀଙ୍କ ବାପା ସେଠାରେ ଦୁଃଖରେ ଭାଙ୍ଗି ପଡି ସେହି କାଗଜରେ ଦସ୍ତଖତ ନକରି ସେଠାରୁ ନିଜଗାଁକୁ ଫେରି ଯାଇଥିଲେ । ପୁଣି ତା ପରଦିନ ଅର୍ଥାତ୍ ୧୩ ଜୁଲାଇ ରେ ପୁଣି ପରିବାର ଲୋକଙ୍କୁ ଡାକି ପୂର୍ବରୁ ଲେଖାଯାଇଥିବା କାଗଜରେ ଦସ୍ତଖତ କରି ଛାତ୍ରୀ ଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଛାତ୍ରୀ ଗାଁରେ ପହଁଞ୍ଚିବା ପରେ ଗାଁ ର ଆଶା, ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଅଣାଯିବା ପରେ ଗତ ୩୦ ତାରିଖ ରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିନେଇ ସାଉଁଳି ଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ କହିଛନ୍ତି ଛାତ୍ରୀଙ୍କ ସହ ଉକ୍ତ ଯୁବକ ଏକଲବ୍ଯ ସ୍କୁଲକୁ ଯାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ଛାତ୍ରୀ କହିଥିବା ସେ ଆମକୁ କହିଛନ୍ତି । ଏଥିସହ ପରିବାର ଲୋକ କହିଛନ୍ତି ସ୍କୁଲ୍ ଛୁଟି ସମୟରେ ଝିଅର କୌଣସି ବି ପିଲା ସହ ତାଙ୍କ ଝିଅର ସମ୍ପର୍କ ନଥିଲା ଯାହା ହେଇଛି ସ୍କୁଲରେ ହିଁ ହୋଇଛି । କନ୍ତୁ ଛାତ୍ରୀ ଜଣକ ସ୍କୁଲ୍ ଛୁଟି ସମୟରେ ଝିଅ ନିଜ ଗାଁକୁ ଯାଇ ଉକ୍ତ ଯୁବକ ସହ ସମ୍ପର୍କ ରଖି ଥିବା କହି ସ୍କୁଲ୍ କତ୍ତୃପକ୍ଷ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ କରାଇ ଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଛାତ୍ରୀ ଜଣକ ୬ମାସ ହେଲାଣି ଗର୍ଭବତି ହେଲାଣି ତାହାହଲେ କିଭଳି ସ୍କୁଲ୍ ହୋଷ୍ଟେଲ ଦାଇତ୍ବ ରେ ଥିବା କତ୍ତୃପକ୍ଷ ଜାଣି ପାରିଲେନି । ଯଦି ବିଳମ୍ବ ରେ ଜାଣିଲେ ମଧ୍ଯ ସ୍କୁଲ୍ ଅଧ୍ଯକ୍ଷ ଲିଖତ ଭାବେ ପୁଲିସକୁ ନଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାରଙ୍କୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ । ତାସହ ପୋଲିସ କହିବା ଅନୁସାରେ ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ପୀଡିତା ଛାତ୍ରୀଙ୍କୁ ଆଣି ଥାନାରେ ଅଭିଯୁକ୍ତ ଯୁବକ ହରି ହର ଭୂମିଆ ନାରେ ଅଭିଯୋଗ କରିଛନ୍ତି । ଏଠି ପୁଣି ଏକ ପ୍ରଶ୍ନ ଉଠୁଛି ଗତ ମାସ ୧୨ ତାରିଖରୁ ଘଟଣା ଘଟିଥିଲେ ମଧ୍ଯ ଦିର୍ଘ ୨୦ ଦିନ ପର୍ଯ୍ୟନ୍ତ ପୀଡିତା ଛାତ୍ରୀଙ୍କୁ ସ୍ବାଧାରଗୃହ ରେ ରଖିଲା ପରେ ଏତେ ବିଳମ୍ବରେ କାହିଁକି ଥାନାରେ ଏତଲା ଦିଆଗଲା । ଏଭଳି ବହୁ ପ୍ରଶ୍ନ ଉଙ୍କିମାରୁଥିବାରୁ ପୋଲିସ୍ ହିଁ ଉପଯୁକ୍ତ ତଦନ୍ତ କରି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି କାଢିବାକୁ ସାଧାରଣରେ ଦାବି ହୋଇଛି । ଏହି ଘଟଣାଟି ଜିଲାପାଳ ଜାଣିଲା ପରେ ଏହାର ତଦନ୍ତ ତୁରନ୍ତ ସମ୍ପୂର୍ଣ୍ଣ ତଥ୍ଯ ଦେବା ପାଇଁ ପିଏ ଆଇଟିଡିଏ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏଭଳି କିଛି ଅଭିଯୋଗ ଆସିନାହିଁ ଏବଂ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ କହିଛନ୍ତି । ପୀଡିତାଙ୍କ ଲିଖିତ ଅଭିଯୋଗ ପରେ କେସ୍ ନମ୍ବର ୪୪୦୵୨୨ ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୋଲିସ ଅଭିଯୁକ୍ତ ହରିହର କୁ ଗିରଫ କରି କୋର୍ଟ ଚଲାଣ କରିଛି । ବର୍ତ୍ତମାନ ପୀଡିତା ଛାତ୍ରୀ ବାଳ ସ୍ବାଧାର ଗୃହରେ ଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment