ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବବର୍ଷ ଉପଲକ୍ଷେ ପଣାବଣ୍ଟନ।

ବୋଲଗଡ଼,୧୪/୦୪(ପିପିଟି): ସମ୍ବିଧାନ ପ୍ରଣେତା ବୀ ଆର ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବ ବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ବୋଲଗଡ଼ ବ୍ଲକ୍ ଦଳେଇ ସାହି ପଞ୍ଚାୟତ ମାଣିକ ଗୋଡ଼ା ଠାରେ ଇମ୍ରାନ୍ ଖାନଙ୍କ ଆବାହକ ତ୍ବରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ସଦଭାବନା ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଗୋତି ଶ୍ରମିକ ମୁକ୍ତି ଆନ୍ଦୋଳନର ସଭାପତି କଳାଙ୍ଗ ପଞ୍ଚାୟତର ଅକୃର୍ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଈ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନକରି ଥିଲେ। ବିଧାନ ସଭା କ୍ଷେତ୍ର ଆପ୍ ସଭାପତି କଳ୍ପତରୁ ପଣ୍ଡା ସମ୍ବିଧାନ ଓ ସଦଭାବନା ରକ୍ଷା ପାଇଁ ମାଣିକ ଗୋଡ଼ା ବାସୀଙ୍କର ଅବିସ୍ମରଣୀୟ ଅବଦାନ ଥିବା ସୂଚାଇ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ ପାଇଁ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment