ଅର୍ଦ୍ଧ ଶିକ୍ଷିତ କ୍ଵାକର ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ,କ୍ଵାକ ଘର ଆଗରେ ଉତ୍ତେଜନା।

ପୋଲସରା ,୧୨/୦୯(ପିପିଟି) : ପୋଲସରା ଥାନା ଅଧୀନରେ ପାଣ୍ଡିରିପଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅର୍ଦ୍ଧ ଶିକ୍ଷିତ କ୍ଵାକ ଜୟରାମ ଦିଗାଲ ଓରଫ ଉଦୀୟ ଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ ସହିତ ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି। ମୃତ ଶିକ୍ଷକ ଜଣକ ହେଲେ ଆଦିବାସୀ ବହୁଳ ଗ୍ରାମ ରାଇପଡା ଗ୍ରାମର ରମେଶ ପ୍ରଧାନ ଓ ବିରିପୁର ଗ୍ରାମର କାମ୍ପ ଜାନୀଙ୍କ ୧୨ ବର୍ଷର ନାବାଳିକା ଝିଅ। ରମେଶ ସେ ପାଣ୍ଡିରୀ ପଡା ସ୍କୁଲରେ ଶିକ୍ଷକତା କରୁଥିଲେ। ଘଟଣାରୁ ପ୍ରକାଶ ଯେ ରାଇପଡା ଗ୍ରାମର ଶିକ୍ଷକ ରମେଶ ପ୍ରଧାନଙ୍କୁ ଜ୍ୱର ହୋଇଥିଲା ପରିବାର ପକ୍ଷରୁ ସ୍ତ୍ରୀ ସାବିତ୍ରୀ ପ୍ରଧାନ ବିଚଳିତ ହୋଇ ପାଣ୍ଡିରୀପଡା ନିଜ ଗ୍ରାମରେ କ୍ଵାକ ଭାବେ କାମ କରୁଥିବା ଜୟରାମ ଡିଗାଲ ଓରଫ ଉଦୀୟ ଦିଗାଲକୁ ଦେଖାଇଥିଲେ। ସେ ରମେଶଙ୍କୁ ସାଲାଇନ ଲଗାଇ ୩-୪ଟି ଇଞ୍ଜେକ୍ସନ ଦେଇଥିଲେ। ସ୍ୱାସ୍ଥ୍ୟ ର ଉନ୍ନତି ହେବା ପରିବର୍ତ୍ତେ ଅବନତି ଘଟି ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ବିବ୍ରତ ହୋଇ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଡାକ୍ତର ଦେଖି ବ୍ରହ୍ମପୁର ରେଫର କରିଥିଲେ । ପରିବାର ଲୋକେ ବ୍ରହ୍ମପୁରରେ ଦେଖାଇଲାବେଳକୁ ଡାକ୍ତର ଦେଖି ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ମେଡିକାଲ ରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଶବ ପାଣ୍ଡିରୀପଡାରେ ପହଁଚିଲା ପରେ କ୍ଵାକ ଜୟରାମ ଡିଗାଲର ଘର ଆଗରେ ଗାଡି ଭିତରେ ଶବ ଥିବା ଅବସ୍ଥାରେ ରଖି ମୃତ ରମେଶ ପ୍ରଧାନଙ୍କ ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁ ଓ ଗ୍ରାମବାସୀ ପୋଲସରା ପୁଲିସର ଉପସ୍ଥିତି ରେ ହୋହାଲ୍ଲା କରିବା ସହ ଘରର ଫାଟକ ଭାଙ୍ଗିବା ପାଇଁ ପଥର ଓ କାଠ ସାହାଯ୍ୟ ରେ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ ଅଟକାଇଥିଲା। ଆନ୍ଦୋଳନ କାରୀମାନେ ଜିଦ କରିଥିଲେ କି ଆମକୁ ଉଚିତ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଏଠି ଶବ ରଖି ବସିବୁ। ସେମାନଙ୍କ ଜିଦ ସେ କ୍ଵାକ ଦିଗାଲକୁ ଆମ ସାମନାକୁ ଡାକନ୍ତୁ, ଆମକୁ ନ୍ୟାୟ ଦିଅନ୍ତୁ ବୋଲି ଆନ୍ଦୋଳନ କାରୀମାନେ ପୁଲିସକୁ କହିଥିଲେ।ପରେ ପରେ ପୋଲସରା ଥାନାଧିକାରୀ କୌଶିକ ମାଝୀ ଆନ୍ଦୋଳନ କାରୀମାନଙ୍କୁ ବୁଝାସୁଝା କରି ଦୁଇଦିନ ସମୟ ମାଗିଥିଲେ। ପରେ ଆନ୍ଦୋଳନ କାରୀମାନେ ଶବ ରାଇପଡା ଗ୍ରାମକୁ ନେଇ ଶବ ସଂସ୍କାର କରିଥିଲେ। କାମ୍ପଙ୍କ ଝିଅକୁ ମଧ୍ୟ ଏହି ପରି ଚିକିତ୍ସା କରି ମାରିଥିବା ଅଭିଯୋଗ ହୋଇଥିଲା।ସୂଚନା ଥାଉ କି ସମ୍ପୃକ୍ତ କ୍ଵାକ ଜୟରାମ ଦିଗାଲ ସେହି ଅଞ୍ଚଳରେ ଭୁଲ ଚିକିତ୍ସା କରି ପ୍ରାୟ ୮ରୁ ୧୦ଜନ ମୃତ୍ୟୁବରଣ କଲେଣି। ଏହାକୁ ନେଇ କ୍ଵାକ ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଡ୍ରଗ ଇନିସ୍ପେକ୍ଟର ଏବଂ ପୁଲିସ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନିକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପୀତବାସ ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଁ ସମେତ ପରିବାର ଓ ଅଂଚଳବାସୀ ପ୍ରକାଶ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment