ଅର୍ଣ୍ଣବ ପ୍ରଭାବରେ ଘରର କାନ୍ଥ ଭୁଶୁଡ଼ିଲା ।

କୋଦଳା ,୨୪/୦୯(ପିପିଟି):ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବ୍ଲକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତର ନେଉଳି ଶ୍ରୀନିବାସପୁର ଗ୍ରାମରେ ଜଣେ ଗରିବ ମହିଳାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ସୂଚନା ଅନୁଯାୟୀ, ଗ୍ରାମର ସାଇବାଣୀ ସ୍ୱାଇଁଙ୍କ ଘରର କାନ୍ଥ ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ। କିନ୍ତୁ ଘର ଭିତରେ ଥିବା ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଦିଗାପଡା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ସେଠୀ, ରାଜସ୍ୱ ଅଧିକାରୀ ବସନ୍ତ ସେଠୀ ଏବଂ ସରପଞ୍ଚ ପ୍ରତିନିଧି ଅଜିତ କୁମାର ଶତପଥି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାର ତଦନ୍ତ କରି ଆବଶ୍ୟକ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି।ସାଇବାଣୀ ଜଣେ ଗରିବ ମହିଳା ହୋଇଥିବାରୁ ତାଙ୍କ ଘରର କାନ୍ଥ ଭୁଶୁଡ଼ି ଯିବା ପରେ ପରିବାରଟି ଅସୁବିଧାରେ ପଡ଼ିଛି। ତେଣୁ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରି ସହାୟତା ପ୍ରଦାନ ପାଇଁ ସାଧାରଣ ରେ ଦାବି ହୋଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment