ଅର୍ଣ୍ଣବରେ ସାହସ ଦେଲେ ଭଞ୍ଜନଗର ବିଧାୟକ ।

ଭଞ୍ଜନଗର, ୩୦/୧୦(ପିପିଟି):ବାତ୍ୟା ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷତିପୂରଣ ସକାଶେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିଜେ ଅସୁସ୍ଥତା କାରଣରୁ ମଧ୍ୟ ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ବିଧାୟକ ଶ୍ରୀ ନାୟକ ସମଗ୍ର ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ନିଜେ ଉପସ୍ଥିତ ରହି ଅନ୍ୟମାନଙ୍କୁ ପୁରା ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସାହାଯ୍ୟ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କିଭଳି ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ପାନୀୟ ଜଳଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ରଖିଛନ୍ତି।ଏଥି ନିମନ୍ତେ ବିଧାୟକ ଶ୍ରୀ ନାୟକ ଅନ୍ୟ ସ୍ବେଛାସେବୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଏହାର ସମୀକ୍ଷା କରୁଛନ୍ତି।ତେଣୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଧର୍ଯ୍ୟର ସହ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ପରିଚାଳନା ପାଇଁ ସାହାଯ୍ୟ ସହଯୋଗ କାମନା କରିଛନ୍ତି।

Comments (0)
Add Comment