ଅବସରପ୍ରାପ୍ତ ସ୍ବାସ୍ଥ୍ଯ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ।

କବିସୂର୍ଯ୍ୟନଗର,୨୬/୦୫(ପିପିଟି): ଆଠଗଡ଼ପାଟଣାର ଅବସରପ୍ରାପ୍ତ ସ୍ବାସ୍ଥ୍ଯ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଗତ ଶନିବାର ଦିନ ଭୁବନେଶ୍ଵର ସ୍ଥିତ ମଣିପାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୃତ୍ଯୁଶଯ୍ଯା ନିକଟରେ ଦୁଇ ପୁଅ ମନୋଜ,ସୁରେଶ,ତିନି ବୋହୂ ମମତା,ମମିତା,ଇତି, ନାତିନାତୁଣୀ ଶୁଭଙ୍କର,ରୂପାସୁନା, ରାଜେଶ,କାହ୍ନା,ଲାଣ୍ଡୁ ଓ କୁମୁଦ ଉପସ୍ଥିତ ଥିଲେ। ଆଠଗଡ଼ପାଟଣା ଠାରେ ଶେଷକୃତ୍ଯ କରାଯାଇଥିଲା। ସୁରେଶ ଚନ୍ଦ୍ର ପଟ୍ଟନାୟକ କବିସୂର୍ଯ୍ୟ ସାହିତ୍ଯ ସଂସଦର ସମ୍ପାଦକ ଅଛନ୍ତି। ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକରେ ଆଠଗଡ଼ପାଟଣାରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment