ଅବକାରୀ ବିଭାଗର ବଡଧରଣର ରେଡ ।

ହରଭଙ୍ଗା ,୧୦/୦୯: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ଥାନା ଅଞ୍ଚଳରେ ଗୁରୁବାର ଅବକାରୀ ବିଭାଗର ବଡ ଧରଣର ରେଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାହାଲି ଗ୍ରାମରେ ଗୁରୁବାର ସକାଳେ ବୌଦ୍ଧ ଅବକାରୀ, ହରଭଙ୍ଗା ଅବକାରୀ ଏବଂ ପୁରୁଣା କଟକ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ୨୧୪୦ କେଜି ମହୁଲ ପୋଚ ସହିତ ୨୨୫ ଲିଟର ମହୁଲି ମଦ ଜବତ କରାଯାଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନା ନୁସାରେ ଆଜି ସକାଳେ ଅବକାରୀ ଏବଂ ପୁଲିସ ମିଳିତ ଭାବେ ବାହାଲି ଗ୍ରାମରେ ଚଢ଼ାଉ କରି ଶ୍ରୀତମ ବେହେରା (୨୫) ଙ୍କ ଘରୁ ୫ଲିଟର ରନ୍ଧା ମଦ ସହ ୧ଶହ ୨୦କେଜି ମହୁଲ ପୋଚ, ଅନିରୁଦ୍ଧ ପାତ୍ର(୫୧)ଙ୍କ ଘରୁ ୫୦ଲିଟର ରନ୍ଧା ମଦ ସହ ୩ଶହ କେଜି ମହୁଲ ପୋଚ,ଛବିନା କହଁର (୩୮)ଙ୍କ ଘରୁ ୪୦ଲିଟର ରନ୍ଧା ମଦ ସହ ୬୦୦ କେଜି ମହୁଲ ପୋଚ, କିଶୋରୀ ପାତ୍ର (୬୧)ଙ୍କ ଘରୁ ୬୦ଲିଟର ରନ୍ଧା ମଦ ସହ ୩୨୦ କେଜି ମହୁଲ ପୋଚ ଜବତ କରିଥିବା ଜଣା ପଡିଛି। ସମୁଦାୟ ୨୨୫ ଲିଟର ରନ୍ଧା ଦେଶୀ ମଦ ସହ ୨୧୪୦ କେଜି ମହୁଲ ପୋଚ ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୫ ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଏହି ଚଢ଼ାଉରେ ଜିଲ୍ଲା ଅବକାରୀ ୟୁନିଟ, ହରଭଙ୍ଗା ଅବକାରୀ ଟିମ ସହିତ ଏପିଆର ପୁଲିସ ଫୋର୍ସ shitମାଜିଷ୍ଟ୍ରେଟ ସନ୍ଦୀପ ସୁଭଦର୍ଶନ ଧଳ, ବୌଦ୍ଧ ଅବକାରୀ ଇନିସ୍ପେକ୍ଟର ଦିଲ୍ଲୀପ ଶତପଥୀ, ସୁଧୀର ମିଶ୍ର, ପ୍ରସନ୍ନ ଜାଲି , ସୁବ୍ରତ ଦାସ, ଅସିତ ପ୍ରଧାନ, ଅଞ୍ଜଳି ଅମାତ, ସତ୍ୟନନ୍ଦ ମୁଖି, ପଞ୍ଚମୀ ବେହେରା, ହୃଷିକେଶ ବାରିକ, ସଞ୍ଜୟ ସେଠି ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ଥିଲେ।

Comments (0)
Add Comment