୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଖୋର୍ଦ୍ଧାରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ।

ଖୋର୍ଦ୍ଧା,୦୪/୧୦(ପିପିଟି):ଇଣ୍ଡିଆ ବ୍ଲକ ଅଂଶୀଦାର ଦଳ ସମୂହ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାବ୍ୟାପି ଗଣତନ୍ତ୍ର ବଞ୍ଚାଓ ସପ୍ତାହ ଶୁଭାରମ୍ଭ କରାଯାଇଛି l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳ ନେତା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାବନ୍ଦ ର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ମଧ୍ୟରେ
୧. ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି।
୨. MMDR ଆଇନ ପ୍ରତ୍ୟାହାର କରିବା।
୩. ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି।
୪. ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ।
୮ ଅକ୍ଟୋବର ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୪ ଅକ୍ଟୋବରରେ ବ୍ଲକସ୍ତରୀୟ ବୈଠକ କରାଯାଇ ପ୍ରତ୍ୟେକ ଅଞ୍ଚଳରେ ସଂଗଠିତ ପ୍ରଚାର ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ୬ ଅକ୍ଟୋବରରେ ପଦଯାତ୍ରା ଓ ଶୋଭାଯାତ୍ରା ଏବଂ ୭ ଅକ୍ଟୋବରରେ ମଶାଲ ଶୋଭାଯାତ୍ରା ଆୟୋଜନ କରି ବନ୍ଦକୁ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପିସିସି ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ,ସମ୍ପାଦକ ବିଭୁ ମିଶ୍ର,ସିପିଆଇ(ଏମ୍) ପକ୍ଷରୁ ଜିଲ୍ଲା ସଂଯୋଜକ ଗିରିଶ ମହାରଣା, ସିପିଆଇ ଜିଲ୍ଲା ସମ୍ପାଦକ ଅମୀୟ ପଟ୍ଟନାୟକ,ସିପିଆଇ(ଏମ୍) ନେତା ଅନନ୍ତ ମଙ୍ଗରାଜ,ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ,ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ,ବରିଷ୍ଟ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ,ପିସିସି ସାଧାରଣ ସମ୍ପାଦକ ଲଳିତ ଶତପଥୀ,ପିସିସି ସମ୍ପାଦକ ଅଶୋକ ମଙ୍ଗରାଜ, ସଦାଶିବ ମହାପାତ୍ର,ସୁରେଶ ବରାଳ,ଅମିତ୍ ମହାନ୍ତି,ଯୁବ କଂଗ୍ରେସ କାର୍ଯକାରୀ ସଭାପତି ସୌମ୍ୟ ବରାଳ,ଜିଲ୍ଲା ଉପସଭାପତି ଗଣ,ଜିଲ୍ଲା ସାଧାରଣ ସମ୍ପାଦକ ଗଣ,ଜିଲ୍ଲା ସମ୍ପାଦକ ଗଣ,ସମସ୍ତ ବ୍ଲକ୍ ସଭାପତି,ମ୍ୟୁନିସିପାଲିଟୀ ସଭାପତି, ଏନଏସି ସଭାପତି, ସମେତ ବିଭିନ୍ନ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଶେଷରେ ଖୋର୍ଦ୍ଧା ନଗର ସଭାପତି ରଞ୍ଜିତ ମହାପାତ୍ର ଧନ୍ୟବାଦ ଜଣାଇଥିଲେ ।
ବୈଠକରେ ଉପସ୍ଥିତ ନେତାମାନେ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ତୃଣମୂଳସ୍ତରରେ ବ୍ୟାପକ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କରିବାକୁ ଆହ୍ୱାନ ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment