ଅପରଚାରିଛକ ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣା ଡଗସ୍କ୍ୱାଡ଼ ସାଇଣ୍ଟିଫିକ ଟିମର ତନାଘନା,ବ୍ୟବସାୟୀଙ୍କ ମଧ୍ୟରେ ଛନକା ।

ହରଭଙ୍ଗା ,୧୨/୧୧ : ଅପରାଧିମାନେ ପୁଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପୁରୁଣାକଟକ ଥାନା ନାକତଳୁ ଚାରିଛକ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡିଛି। ପୁରୁଣାକଟକ ଥାନା ନିକଟରୁ ମାତ୍ର ଏକ କିଲୋମିଟର ଭିତରେ ଏଭଳି ଚୋରି ଘଟଣା ପୁଲିସର କାର୍ଯ୍ୟଶୈଳୀ ଉପରେ ଙ୍ଗୁଳି ଉଠାଇଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ରୁ ତାଲା ଭାଙ୍ଗି ଦୁବୃର୍ତ୍ତମାନେ ମନ୍ଦିର ଭିତରେ ଥିବା ଗୋଟିଏ ଦାନହୁଣ୍ଡୀ, ଗୋଟିଏ ଇନଭର୍ଟର ବ୍ୟାଟେରୀ ସହିତ ଆଉ ଏକ ଦାନହୁଣ୍ଡୀ ଭାଙ୍ଗି ଫେରାର ମାରିଛନ୍ତି । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି ଘଟଣା ଅଡୁଆ ଭିତରେ ରହିଥିବା ମୁସ୍କିଲକୁ ଦର୍ଶାଉଛି। ଏହି ଘଟଣା ଜଣାପଡିବା ପରେ ମନ୍ଦିର କମିଟି ସଭାପତି କୃଷ୍ଣ ଚନ୍ଦ୍ର ମଲିକ ବୁଧୁବାର ପୁରୁଣାକଟକ ଥାନା ରେ ଅଭିଯୋଗ ହୋଇଥିବା ଜଣା ପଡିଛି। ଅଭିଯୋଗକୁ ଆଧାର କରି ପୁରୁଣା କଟକ ପୁଲିସ, ଅପରାହ୍ନରେ ଡଗ ସ୍କୋୱାର୍ଡ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବା ଜଣା ପଡିଛି।ଏଭଳି ଚୋରି ଘଟଣା ପରେ ଚାରିଛକ ବ୍ୟବସାୟୀମାନଙ୍କ ମଧ୍ୟରେ ଛନକା ପଶିଛି । ପୁଲିସକୁ ରାତ୍ରୀ ପେଟ୍ରୋଲିଙ୍ଗକୁ କଡାକଡି କରିବା ପାଇଁ ସବୁ ମହଲରେ ଦାବୀ ହେଉଛି।

Comments (0)
Add Comment