ରେଙ୍ଗାଲିକ୍ୟାମ୍ପ,୧୧/୦୯:
ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ବରହାମୁଣ୍ଡା-ଜାମଟିକ୍ରା ରାସ୍ତାରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଚଢ଼ାଉ ବେଳେ ଘଟଣାସ୍ଥଳରୁ ଅନ୍ୟ କିଛି ଜୁଆଡ଼ି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।ସୂଚନା ଅନୁଯାୟୀ, ବରହାମୁଣ୍ଡା-ଜାମଟିକ୍ରା ରାସ୍ତା କଡ଼ରେ କିଛି ବ୍ୟକ୍ତି ଗୁଡ଼ଗୁଡ଼ୁ ଖେଳୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କିଛି ଜୁଆଡ଼ି ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ କାବୁ କରାଯାଇଥିଲା।
ଗିରଫ ଅଭିଯୁକ୍ତ ମାନେ ହେଲେ ଧର୍ମେନ୍ଦ୍ର ମାଝୀ (୩୮),ଗ୍ରାମ- କୁଦୋପାଲି, ଥାନା- ଭେଡ଼େନ ଓ ସୁରେଶ ପଟେଲ (୫୦), ଗ୍ରାମ- ସିଆଲଖଣ୍ଡହତା, ଥାନା- ଭେଡ଼େନ, ଜିଲ୍ଲା- ବରଗଡ଼
ଏମାନଙ୍କ ଠାରୁ ପୋଲିସ ନଗଦ ୨୦,୦୦୦ ଟଙ୍କା,୮ ଗୋଟି ଡାଇସ୍ ,ଗୋଟିଏ ଗୁଡ଼ଗୁଡ଼ୁ ପଟି,୨ଟି ମୋବାଇଲ୍ ଫୋନ୍,ଗୋଟିଏ ମୋଟରସାଇକେଲ୍ ଜବତ ହୋଇଛି ।
ଏହି ଘଟଣାରେ ଅତାବିରା ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।