ବିଭିନ୍ନ ସମସ୍ୟା ଘେରରେ ବ୍ଲକର ଉପାନ୍ତ ଗାଁ ଲମତୁଲ ।

0 270

ଉଲୁଣ୍ଡା,୨୯/୦୭(ପିପିଟି) ; ଗୋଟିଏ ପଟେ ବିକାଶ ର ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର ।କିନ୍ତୁ ବିକାଶ ତ ଦୂରର କଥା ଚାଲିବ ପାଇଁ ସାମାନ୍ୟ ରାସ୍ତାଟିଏ କି ପିଇବା ପାଣି ମୁନ୍ଦିଏ ପାଇଁ କେହି କେବେ ଚିନ୍ତା କରି ନାହାନ୍ତି ।ଏମିତି ଅନେକ ସମସ୍ୟା ଭରା ଗାଁ ହେଉଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମ ପଂଚାୟତ ସୀମାନ୍ତ ଗାଁ ଲମତୁଲ । ଗାଁରେ ପ୍ରାୟ ୩୦ ପରିବାର ରହୁଥିବା ବେଳେ ଗାଁ କୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଚାଲିବ କଷ୍ଟକର ହୋଇପଡେ । ପିଇବା ପାଇଁ ପାଣି ମଧ୍ୟ ବହୁ ଅସୁବିଧା । ସକାଳ ହେଲେ ପିଇବା ପାଣି ପାଇଁ ସମସ୍ତଙ୍କ ଚିନ୍ତା ।ଗାଁରେ ତିନୋଟି ନଳକୂପ ଥିବାବେଳେ ସେଠିଏଉ ନାଲି ରଙ୍ଗର ପାଣି ବାହାରୁଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ ।ସେଥିପାଇଁ ପାଖରେ ବହି ଯାଇଥିବା ସାଲେସିଂ ଜୋର ହିଁ ସାହା ଭରସା । ସକାଳ ହେଲେ ଗରା ମାଠିଆ ଧରି ଅଧା କିଲୋମିଟର କାଦୁଅ ପଚ ପଚ ରାସ୍ତା ଦେଇ ସାଲେସିଂ ଜୋରରୁ ଚୁଆ ଖୋଲି ପାଣି ଆଣିବାକୁ ପଡୁଛି । ଯଦି ଏହି ଗାଁରେ ଶ୍ରାବଣ ମାସରେ ପାଣି ର ଅବସ୍ଥା ଏମିତି ତ ହେଲେ ଅନ୍ୟ ମାସରେ ପାଣି ସମସ୍ୟା କଣ ଥିବ ଏଥିରୁ ସ୍ପଷ୍ଟ ଜଣାପଡୁଛି । ଏବେ ବର୍ଷା ଦିନ ହୋଇଥିବାରୁ ଚୁଆ ପାଣି ପିଇବା ଦ୍ୱାରା ବିଭିନ୍ନ ସଂକ୍ରମକ ରୋଗ ହେବାର ଆଶଙ୍କା ଦେଖାଦେଇଛି ।ଗାଁରେ ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀମାନେ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହେଉଛି । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.