ସମାଜସେବୀ ଗଣନାଥ ଗୌଡଙ୍କ ଦେହାନ୍ତ ।

0 0

ବେଳଗୁଣ୍ଠା,୨୫/୧୧(ପିପିଟି ):ମୁନିଗାଡି ଗ୍ରାମର ବିଶିଷ୍ଟ ସମାଜସେବୀ ଗଣନାଥ ଗୌଡ଼ ସ୍ବାସ୍ଥ୍ୟଗତ କାରଣରୁ ଭୁବନେଶ୍ୱର କିମସ ହସ୍ପିଟାଲ ରେ କାଲି ଭୋର ୪ ସମୟରେ ହେହାନ୍ତ ଖବର ପାଇବା ପରେ ଗ୍ରାମବାସୀ ମାନେ ଜଣେ ସମାଜସେବୀଙ୍କୁ ହରାଇ ଥିବାରୁ ମର୍ମାହତ ହୋଇପଡ଼ିଥିଲେ। ତାଙ୍କର ମରଶରୀରକୁ ଅନ୍ତିମ ସଂସ୍କାର ନିମନ୍ତେ ଶ୍ମଶାନ ଅଣାଯାଇଥିଲା। ଶେଷ ସମୟରେ ତାଙ୍କର ବଡ଼ପୁଅ ଆଦିତ୍ୟ ଓ ସାନ ପୁଅ ଅମିତ୍ ପତ୍ନୀ ଅଷ୍ଟମୀ ମହାକୁଡ଼, ଭଣଜା ଅନିଲ, ଅକ୍ଷୟ, ରୁଦ୍ର, ଜ୍ବାଇଁ ପୁରସ୍ତମ ଓ ସରପଞ୍ଚ, ଓ ସମିତିସଭ୍ୟ ତଥା ସୋନ୍ତୋଷ୍ ସ୍ଵାଇଁ, କାହୁଁ ସ୍ଵାଇଁ, ବଂଶିଧର ଗୌଡ଼,ଭଞ୍ଜ କିଶୋର ଗୌଡ଼, ନିଶାମଣି ଗୌଡ଼, ଗ୍ରାମ୍ୟ ସଭାପତି ନିମେଇ ଚରଣ ନାୟକ, ପ୍ରାୟ ଗ୍ରାମର ଦୁଇ ଶହ ଲୋକ ମରଶରୀରକୁ ଶ୍ରଦ୍ଧା ସୁମନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଶେଷରେ ସ୍ଥାନୀୟ ବିଧାୟକ ସରୋଜ ପାଢ଼ୀ ଏବଂ ତାଙ୍କ ସହଯୋଗୀ ମାନଙ୍କ ମଧ୍ୟରେ ଶିବ ନାୟକ, ବିଜୟ ସ୍ଵାଇଁ, ଦୁର୍ଗା ମହାପାତ୍ର ପ୍ରମୁଖ ଆସି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କୁ ସମସ୍ତ୍ ପ୍ରକାର ସହଯୋଗ ଦେବା ପାଇଁ ଗ୍ରାମବାସୀଙ୍କ ଆଗରେ ପ୍ରତିଶ୍ରୁତି ଦେଇ ଥିଲେ! ପ୍ରାୟ ମୁନିଗାଡି ପଞ୍ଚାୟତ ର ସମସ୍ତ ଅଧିବାସୀ ପରିବାରଙ୍କୁ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.