ବିଜ୍ଞାନ ମହାବିଦ୍ୟାଳୟଠାରେ ୭୯ ତମ ଏନସିସି ଦିବସ ପାଳିତ।

0 0

ପୋଲସରା,୨୩/୧୧ (ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୭୯ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଦିବସ ପାଳିତ ହୋଇଯାଇଛି। ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଫେସର ରୁଦ୍ର ପ୍ରସାଦ ଗୌଡଙ୍କ କରକମଳରେ ଏନସିସି ପତାକା ଉତ୍ତୋଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ପ୍ରଫେସର ମହୋଦୟ ନିଜର ମାର୍ଗଦର୍ଶନ ଅଭିଭାଷଣରେ ଏନସିସି ହେଉଛି ଯୁବପିଢ଼ିଙ୍କୁ ଶୃଙ୍ଖଳା, ଏକତା, ନିଃସ୍ୱାର୍ଥ ସେବା ସହିତ ଦାୟିତ୍ୱବୋଧ ଶିଖାଇବାର ଏକ ମହତ୍ତ୍ୱପୂର୍ଣ୍ଣ ସ°ଗଠନ। ଏହା ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ନେତୃତ୍ୱ, ସେବାମନୋଭାବନା ଏବଂ ଦେଶର ଜଣେ ଜଣେ ଦାୟିତ୍ୱବାନ, ଚରିତ୍ରବାନ ଓ ସୁନାଗରିବ ଭାବେ ଗଢ଼ିତୋଳିବାରେ ସହାୟକ ହୋଇଥାଏ ବୋଲି କହିବା ସହ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଶୁଭକାମନା କରିଥିଲେ। ପରେ କ୍ୟାଡେଟମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା,ବିଭିନ୍ନ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କ୍ୟାଡେଟମାନେ ନିଜର ପ୍ରତିଭାସ୍ବରୂପ ସୃଜନଶୀଳ ଓ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବାକୁ ନେଇ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରିବା ସହ ପରିବେଶ ସୁରକ୍ଷା ସକାଶେ ହତା ମଧ୍ୟରେ ବୃକ୍ଷ ରୋପଣ କରି ପ୍ରଶଂସା ସାଉଁଟିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଷ୍ଟାଫ୍, କର୍ମଚାରୀଙ୍କ ସମେତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କ୍ୟାଡେଟମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଲେଫ୍ଟନାଣ୍ଟ ମହୋଦୟା ଉପସ୍ଥିତ ସମସ୍ତଙ୍କୁ ବିଭାଗ ତରଫରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.