ପାଣି ଘେର ରେ ଧନଞ୍ଜୟ ପୁର,ଯାତାୟାତରେ ଅସୁବିଧା ।

0 2

ବେଗୁନିଆପଡା,୨୧/୧୧(ପିପିଟି ): ବାତ୍ୟା ଅକଭାନ ପ୍ରଭାବ ଫଳରେ ବେଗୁନିଆପଡା ବ୍ଲକ ଦିଗାପଡା ପଞ୍ଚାୟତ ଧନଞ୍ଜୟପୁର ଗାଁ ଭିତରେ ପଶିଲା ପାଣି। ଜଳାର୍ଣ୍ଣବ ହେଲା ଗାଁ ଦାଣ୍ଡ । ଘର ଭିତରେ ପଶିଲା ପାଣି । କୃତ୍ରିମ ପୋଖରୀରେ ପରିଣତ ହୋଇଛି ଧନଞ୍ଜୟ ପୁର ଗାଁ । ୨୪ ଘଣ୍ଟା ପାଣିଘେର ଭିତରେ ପ୍ରାୟ ୨୦ ପରିବାର ରହିଥିବା ଖବର ମିଳିଛି । ଖବର ପାଇ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ, ବେଗୁନିଆପଡା ବ୍ଲକ ବିଡ଼ିଓ ସୁନୀଲ ସାମନ୍ତ, ମେଡିକାଲ ଅଫିସର ଡଃ ପ୍ରତୀକ ଦାଶ ଓ କୋଦଳା ପୋଲିସ ଟିମ ସେଠାରେ ପହଞ୍ଚି ସ୍ଥିତି ପରକ୍ଷୀ ସେମାନଙ୍କ ର ସ୍ୱାସ୍ଥ୍ୟବସ୍ଥା ଓ ଖାଇବା ଉପରେ ବୁଝାବୁଝୀ କରି ଜଳବନ୍ଦୀରେ ଥିବା ଦଶ ପରିବାର କୁ କୋଦଳା ବାତ୍ୟା ଆଶ୍ରୟ ସ୍ଥଳ କୁ ନିଆଯାଇଥିବା ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ସେଠାରେ ପ୍ରାୟ ୪ ଫୁଟ ପାଣିଥିବ ଦେଖିବାକୁ ମିଳିଛି । ଜନସାଧାରଣ ଙ୍କ କହିବା ପ୍ରକାରେ କ୍ଷ୍ୟୁଦ୍ର ଜଳସେଚନ ବିଭାଗ ର ଖାମଖିଆଲି କାର୍ଯ୍ୟ ଯୋଗୁଁ ଏପରି ଅବସ୍ଥା । ବର୍ତ୍ତମାନ କୋଦଳା ଅଞ୍ଚଳ ରେ ଯେଉଁ ଯେଉଁ ଜାଗାରେ ପାଣି ମାଡିଛି ସମସ୍ତଙ୍କ ସେହି ଗୋଟିଏ କଥା ଏହା ମନୁଷ୍ୟକୃତ ଏଥିପାଇଁ ଏମ ଆଇ ଦାୟୀ । କେବଳ ଯେ ଗାଁ ଜଳବନ୍ଦୀରେ ଅଛି ତାହାନୁହଁ ଶହ ଶହ ଏକର ଧାନ କ୍ଷେତ ରେ ପାଣିମାଡିଜାଇ ପାଚିଲା ଧାନ ଫସଲ କ୍ଷତିଗ୍ରସ୍ତ ହୋଇ ଚାଷୀ ଙ୍କ ଚିନ୍ତା ବଢିଯାଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.