ବୋଲଗଡ଼, ୧୦/୧୧ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିଶନ କ୍ୟାମ୍ପେନ ଓରିଏଣ୍ଟେସନ-୨୦୨୬ ମଙ୍ଗଳବାର ଦିନ ବାମନ ଉଚ୍ଚ ବିଦ୍ୟାଳୟ, ବୋଲଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ବୋଲଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ମୁଖ୍ୟ ଅତିଥି, ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବୋଲଗଡ଼ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମଚରଣ ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସନାଥ ସ୍ୱାଇଁ ଓ ନିରଞ୍ଜନ ନାୟକ, ଜିଲ୍ଲା ପରିଷଦ ସଭ୍ୟ, ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ୭ଟି ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ, ଗୀତାଞ୍ଜଳି ସାହୁ, ଜଳଧର ମହାନ୍ତି, ବିଜୟ କୁମାର ସେଠୀ, ପ୍ରମୋଦ କୁମାର ରାଉତରାୟ, ସୁନନ୍ଦା ବରାଳ, ଶୁଭଲକ୍ଷ୍ମୀ ସୁନ୍ଦରାୟ, ପ୍ରଧାନ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିହାର ରଞ୍ଜନ ପରମଗୁରୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବାକୁ ମତ ବ୍ୟକ୍ତ କରିଥିଲେ।
ଶିକ୍ଷକ ସୁସ୍ମିକାନ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଦ୍ୟାର୍ଥୀ, ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ସଚେତନତା ରାଲିରେ ସାମିଲ ହୋଇଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ରଚନା ଓ ଶିକ୍ଷୟିତ୍ରୀ ସରସ୍ୱତୀ ସାହୁଙ୍କ ନିର୍ଦ୍ଦେଶନାରେ ସଚେତନତା ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା।
ଲଲାଟେନ୍ଦୁ କେଶରୀ ସିଂହ, ନିହାର ରଞ୍ଜନ ପରମଗୁରୁ ଓ ପୀତାମ୍ବର ସୁବୁଦ୍ଧି ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ବ୍ଲକ ମୁକ୍ତ ବିଦ୍ୟାଳୟ ସଂଯୋଜକ ଶାନ୍ତନୁ ଶ୍ରୀଚନ୍ଦନଙ୍କ ତତ୍ତ୍ୱାବଧାନରେ ମୁକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇଥିବାରୁ ଅତିଥିମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ପରିଶେଷରେ ବରିଷ୍ଠ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ