ରାଜଶ୍ରୀ ବଳାସି ସମାଜ, କେନ୍ଦ୍ର ପରିଷଦ ତରଫରୁ ବାତ୍ୟା ସହାୟତା ପ୍ରଦାନ ।

0 54

ପୋଲସରା ,୦୭/୧୧(ପିପିଟି): ରାଜଶ୍ରୀ ବଳାସି ସମାଜ, କେନ୍ଦ୍ର ପରିଷଦ ବରିଡା.ଏ ଗଞ୍ଜାମ ତରଫରୁ ଘଟି ଯାଇଥିବା ‘ଅର୍ଣ୍ଣବ’ ବାତ୍ୟାରେ କ୍ଷତିଗ୍ରସ୍ତ ଜନ ସାଧାରଣଙ୍କୁ ମାନବୀୟତା ସାହାଯ୍ୟ କରାଯାଇଛି। କେନ୍ଦ୍ର ସଭାପତି ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ଏକ ଦଳ ଛତ୍ରପୁର ଠାରେ ଗଞ୍ଜାମ ଜିଲାପାଳ ଭି.କିର୍ତ୍ତିଭାଷନକୁ କାର୍ଯ୍ୟାଳୟରେ ସାକ୍ଷାତ କରି ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ ତିନି ଦିନର ଏହି ମହାବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲା ଚାଷୀ ମାନଙ୍କର ଚାଷ, ବ୍ୟାପାର ଏବଂ ପରିବାର ଗୁଡ଼ିକର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ପରି ପ୍ରେକ୍ଷିରେ ସମାଜ ପକ୍ଷରୁ ସାହାଯ୍ୟ ଦିଆଯାଇଥିବାକୁ ନେଇ ସାଧାରଣରେ ପ୍ରଶ°ସା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ଭଗବାନ ପ୍ରଧାନଙ୍କ ସମେତ ରଘୁନାଥ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବିଘ୍ନ ରାଜ ପ୍ରଧାନ, ଦୀନବନ୍ଧୁ ସାହୁ,ନିକୁଞ୍ଜ କୁମାର ସାହୁ, ସତ୍ୟବାଦୀ ସାହୁ, ରତ୍ନାକର ସାହୁ ପ୍ରମୁଖ କେନ୍ଦ୍ର ସଭ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.