କଲ୍ୟାଣ ସିଂହପୁର,୦୧/୧୧: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର କଦଳିଚୁଆଁ ଗାଁରେ ଦନ୍ତା ହାତୀର ଆତଙ୍କ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସେକ୍ସନ ବୁଡ଼ାଗୁଡ଼ା ପଞ୍ଚାୟତରେ ଏକ ଦନ୍ତା ହାତୀର ଆତଙ୍କ । ଗତ କିଛି ଦିନ ହେବ ତିନିଟିକିଆ ହାତୀ ପୋଲ ଶିକରପାଇ ପଞ୍ଚାୟତ ଅଧିନସ୍ତ ଚକ୍ର କଲାଙ୍ଗ ଗାଁ ପାର୍ଶ୍ଵ ପାହାଡ଼ରେ ବସା ବାନ୍ଦୀଥିଲେ ସେଥି ମଧ୍ୟରୁ ଏକ ଦନ୍ତା ନିଜ ସାଥି ମାନଙ୍କୁ ଛାଡ଼ି ବୁଡ଼ାଗୁଡ଼ା ପଞ୍ଚାୟତ କଦଳିଚୁଆଁ ଗାଁ ମୁଣ୍ଡ ଦେଇ ଯିବାରୁ ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଥିଲେ । ଦିନକୁ ଦିନ ବନ୍ୟ ଜନ୍ତୁ ମାନଙ୍କୁ ଖାଦ୍ୟ ଅଭାବ ହେତୁ ଖାଦ୍ୟ ଅନୁସନ୍ଧାନ କରି ସହରୀ ମୁହାଁ ହୋଇପଡୁଛନ୍ତି । ଏମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଅମଳ ଖାଇବା ସହ ପାଦରେ ମାଡ଼ି ଦୋଳି ଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଗତ କିଛି ଦିନରୁ ଅଞ୍ଚଳରେ ହାତୀପଲ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ହାତୀ ଭୟରେ ଚାଷ ଜମିକୁ ଯିବାକୁ ବି ଭୟ କରୁଛନ୍ତି ଅନେକ ଗ୍ରାମବାସୀମାନେ । ଏହି କ୍ରମେ ଉକ୍ତ ଦନ୍ତା ବର୍ତ୍ତମାନ ପୋଡ଼ଚୁଆଁ ବିଜୟନଗର ମଧ୍ୟ୍ୟ ଭାଗ ପାହାଡ଼ ରେ ରହିଥିବାର ଖବର ଫୋରେଷ୍ଟର ଅଶ୍ୱିନୀ କରକରିଆ ସୂଚନା ଦେଇଛନ୍ତି କି ଦନ୍ତା ଟି ଆଜି ରାତି ନିଜ ସାଥିଙ୍କ ସନ୍ଧାନ କରି ଯାଇପାରେ ବୋଲି କହିଛନ୍ତି । ଆଉ ମଧ୍ୟ କହିଛନ୍ତି କି ଖବର ପାଇ ବନ ବିଭାଗର ଗାର୍ଡ ଦଳ ଓ ପାରା ଗାର୍ଡମାନେ ପହଞ୍ଚି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ଜନ ସାଧାରଣ ଙ୍କୁ ସତର୍କତା ଅବଲମ୍ବନ ନିମନ୍ତେ ନିବେଦନ କରି ହାତୀ କୁ ଦେଖିବା ମାତ୍ରେ ବିଭାଗ କୁ ସୂଚନା ଦେବାକୁ ନିବେଦନ କରିଛନ୍ତି ।