ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ, ଆଉ ଜଣେ ଅଭିଯୁକ୍ତ ଗିରଫ ।

0 0

କଟକ,୦୧/୧୧(ପିପିଟି): ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଲିକନ୍ଥିଆ ଅଞ୍ଚଳର ଚିନ୍ମୟ ମହାନ୍ତି। ହତ୍ୟାକାଣ୍ଡରେ ସେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ଦୀର୍ଘ ମାସ ଧରି ଫେରାର ଥିଲେ। କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କୁ ବାଲେଶ୍ୱର ଜିଲ୍ଲାର ସିଂଗଲା ଅଞ୍ଚଳରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

ଚିନ୍ମୟଙ୍କ ଗିରଫଦାରୀ ସହ ଏହି ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ସମସ୍ତ ୧୩ ଜଣ ଅଭିଯୁକ୍ତ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚକୁ ସଫଳତା ମିଳିଥିବା ବେଳେ ଏହି ମାମଲାରେ ଆଗକୁ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.