ରଙ୍ଗ ଦୋକାନ ଆଢୁଆଳରେ ବେଆଇନ ବାଣ କାରବାର, ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ ।

0 152

ଜଗତସିଂହପୁର, ୦୧/୧୧ : ଦୋକାନ ସାମ୍ନାରେ ରଙ୍ଗ ବିକ୍ରି, ହେଲେ ପଛପଟ ଗୋଦାମରେ ଗଚ୍ଛିତ ଥିଲା ବିପୁଳ ପରିମାଣର ବାଣ ଓ ବାରୁଦ। ଜଗତସିଂହପୁର ଜିଲ୍ଲାର ସଁଅରା ଛକ ନିକଟରେ ଏଭଳି ଏକ ବେଆଇନ ବାଣ କାରବାରର ପର୍ଦ୍ଦାଫାଶ କରିଛି ତିର୍ତ୍ତୋଲ ପୁଲିସ। ଗୁପ୍ତ ସୂଚନା ଆଧାରରେ ପୁଲିସ ଦୋକାନ ଓ ଏହାର ପଛପଟ ଗୋଦାମରେ ଚଢ଼ାଉ କରି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଓ ବାରୁଦ ଜବତ କରିଛି। ଦୋକାନ ସାମ୍ନାରେ ରଙ୍ଗ ବ୍ୟବସାୟ ଚାଲିଥିବା ବେଳେ ପଛ ଗୋଦାମକୁ ବାଣ ମହଜୁଦ ରଖିବା ପାଇଁ ବ୍ୟବହାର କରାଯାଉଥିଲା।

ଏହି ଘଟଣାରେ ପୁଲିସ ମୁଖ୍ୟ ବ୍ୟବସାୟୀ ରମେଶ ପୃଷ୍ଟିଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ବିନା ଅନୁମତିରେ ବିପୁଳ ପରିମାଣର ବାଣ ଓ ବାରୁଦ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ବେଆଇନ କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.