ଆର୍ଯ୍ୟପଲ୍ଲୀ ଜେଟି ଓ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ।

0 3

ଛତ୍ରପୁର,୨୬/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କରି ମାଛଧରା ଟ୍ରଲର୍‌ଗୁଡ଼ିକର ସୁରକ୍ଷା ଏବଂ ମତ୍ସ୍ୟଜୀବୀଙ୍କ ନିରାପଦ ସ୍ଥାନାନ୍ତରଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଏହାପରେ ଜିଲ୍ଲାପାଳ ନୋଳିଆ ନୂଆଗାଁ ଓ ଗୋପାଳପୁରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଦ୍ୟୁତ୍‌ ବ୍ୟାକ୍‌ଅପ୍‌,ଜେନେରେଟର ଓ ଅନ୍ୟାନ୍ୟ ଜରୁରୀକାଳୀନ ସୁବିଧାର ସ୍ଥିତି ଯାଞ୍ଚ କରିଥିଲେ। ବାତ୍ୟା ସମୟରେ ଆଶ୍ରୟସ୍ଥଳୀଗୁଡ଼ିକ ଯେପରି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ,ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଭକ୍ତବନ୍ଧୁ ଶତପଥୀ ଓ ସତ୍ୟବ୍ରତ ସିଂ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ,ଗୋପାଳପୁର ନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.