ଆଜାଦ ହିନ୍ଦ ସରକାରର ୮୩ ତମ ପ୍ରତିଷ୍ଠା ଦିବସ ଅବସରରେ ‘ପ୍ରାକୃତିକ ସମ୍ପଦ ଓ ଆଗାମୀ ପିଢ଼ି’ ଶୀର୍ଷକ ଆଲୋଚନା ଚକ୍ର।

0 238

ଭୁବନେଶ୍ୱର,୨୨/୧୦(ପିପିଟି ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଆଜାଦ ହିନ୍ଦ ସରକାରର ୮୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଅନୁଷ୍ଠିତ ସମାରୋହର ଦ୍ୱିତୀୟ ଦିବସରେ “ପ୍ରାକୃତିକ ସମ୍ପଦ ଓ ଆଗାମୀ ପିଢ଼ି” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ ରତ୍ନଗର୍ଭା ଓଡିଶା ମାଟିକୁ ଲୁଟ କରିବା ପାଇଁ କେନ୍ଦ୍ରରେ ବିଜେପି ସରକାର ଯୋଜନା ବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି।ରାଜ୍ୟରେ ଡବଲ ଇଂଜିନ ସରକାର ରାଜ୍ୟର ସମ୍ପଦର ବିଶେଷ କରି ଖଣିଜ ଓ ପ୍ରକୃତିକ ସମ୍ପଦ ସୁରକ୍ଷାରେ ସମ୍ପୂର୍ଣ ବିଫଳ ହୋଇଛି। ଦେଶର ସମ୍ମିଳିତ ବିକାଶ କେବଳ ପୁଞ୍ଜିପତିଙ୍କର ସଂଗଠିତ ହୋଇଛି। ଯାହା ସାଧାରଣ ମଣିଷର ଅବସ୍ଥାରେ ପରିବର୍ତ୍ତନରେ ବାଧକ ସାଜିଛି ଦେଶରେ ୬୦ ଭାଗ ସମ୍ପତି ହାତ ଗଣତି ପୁଞ୍ଜିପତିଙ୍କ ପାଖରେ ଠୁଳ ହେବ ଫଳରେ ଦେଶ ଓ ଦେଶ ବାସୀଙ୍କ ପ୍ରତି ବିପଦ ସୃଷ୍ଟି ଦେଖାଦେଇଛି। ସିଏସଆର. ଫଣ୍ଡ ନାମରେ ଏକ ଯୋଜନା ବଦ୍ଧ ଷଡଯନ୍ତ୍ର ଚାଲିଛି। ଆଗାମୀ ପିଢ଼ିକୁ ଏଥିପ୍ରତି ଯତ୍ନବାନ ହେବାକୁ ହେବ। ଦେଶର ଦୁଇ ମହାନାୟକ ଗାନ୍ଧିଜୀ ଓ ନେତାଜୀଙ୍କ ଧାରାରେ ସତ୍ୟାଗ୍ରହରେ ସାମିଲ ହୋଇପାରିଲେ ଦେଶ ଓ ରାଜ୍ୟକୁ ରକ୍ଷା କରାଯାଇପାରିବ। ଅତିଥି ବକ୍ତା ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମନ୍ତାକ୍ରାନ୍ତି ଦଳର ଜାତୀୟ ଅଧ୍ୟକ୍ଷ ବ୍ରଜ କିଶୋର ତ୍ରିପାଠୀ, ବିଶିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ସି. ପି. ଆଇ. ରାଜ୍ୟ ସମ୍ପାଦକ ଡ଼. ପ୍ରଶାନ୍ତ ମିଶ୍ର, ସି. ପି. ଆଇ. ଏମ. ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସି. ପି. ଆଇ. (ଏମ. ଏଲ.) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ,ଆର.ଜେ.ଡିର ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜିତେନ୍ଦ୍ରିୟ ବେହେରା ପ୍ରମୁଖ ବକ୍ତ୍ୟବ ରଖି ଏମଏମଡିଆର ସଂଶୋଧନ ଆଇନ ୨୦୨୬ କୁ କାର୍ଯ୍ୟକାରୀ କରି ଦେଶର ଓ ଆମ ରାଜ୍ୟ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ କମ୍ପାନୀମାନଙ୍କ ହାତରେ ଟେକି ଦେବା ପାଇଁ ପ୍ରୟାଗ ଜାରି ରଖିଛନ୍ତି ଯାହା କାର୍ଯ୍ୟକାରୀ ହେଲେ କିଛି ବର୍ଷ ମଧ୍ୟରେ ଓଡିଶା ଶ୍ରୀହୀନ ପାଲଟିବ। ରତ୍ନଗର୍ଭା ଓଡ଼ିଶାର ଯୁବକ ଯୁବତୀ ବେକାରୀର ତାଡ଼ନାରେ ଜର୍ଜରିତ। ଆମ ରାଜ୍ୟରେ ଗଛିତ ପ୍ରକୃତିକ ସଂପଦର ସଦବିନିଯୋଗ ହୋଇପାରିଲେ ବେକାର ଯୁବକଙ୍କୁ କର୍ମ ନିଯୁକ୍ତି ସମେତ ଜନତାଙ୍କ ଆବଶ୍ୟକତା କୁ ପୂରଣ କରାଯାଇ ପାରନ୍ତା ତାହା ନକରି ରାଜ୍ୟର ପ୍ରାକୃତିକ ସମ୍ପଦକୁ ସୁରକ୍ଷା ପାଇଁ ରାଜ୍ୟର ଯୁବ ପିଢ଼ି ନେତାଜୀ ସୁଭାଷ ଚାନ୍ଦ ବୋଷଙ୍କର ରାସ୍ତାରେ ବେସାଲିସ ସଂଗ୍ରାମ ଜାରି ରଖିବାକୁ ବକ୍ତା ଆହ୍ୱାନ କରିଥିଲେ। ଏହି ଅବସରରେ ଆଜାଦ ହିନ୍ଦ ବାହିନୀର ରାଜ୍ୟ ନେତ୍ରୀ ରିଙ୍କି ସାହୁ ଭିତ୍ତିପତ୍ର ଉପସ୍ଥାପନା କରିଥିବା ବେଳେ ରାଜ୍ୟ ସଂଯୋଜିକା ଲଷ୍ମୀ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଦିଶା ଆଜାଦ, ରୁପାଲୀ ଦାସ, ଖୋଜନ୍ତି କାଣ୍ଡକି, ରାଜୁ ମାଡକାମୀ, ଇଜନ ବଜ, ଦଶରଥ ଖିଲ୍ଲ, ସୁଦର୍ଶନ ଖିଲ୍ଲ, ଈଶ୍ୱର ଖିଲ୍ଲ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ନେତାଜୀଙ୍କ ଜୀବନି ଆଧାରିତ ଏକ ଫୋଟଚିତ୍ର ପ୍ରଦର୍ଶନୀ ସଂଗଠିତ କରାଯାଇଥିଲା।

Leave A Reply

Your email address will not be published.