ଯାଜପୁର ,୨୦/୧୦(ପିପିଟି): ସୁକିନ୍ଦା ବ୍ଲକର ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମ ଏବଂ ହାତିବାରୀ ପଞ୍ଚାୟତର କରଡ଼ାପାଳ ଗ୍ରାମରେ ଅନୁଷ୍ଠିତ ମା’ ଦୁର୍ଗାଙ୍କ ପୂଜା ଉତ୍ସବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି। ଏହି ପବିତ୍ର ଅବସରରେ ସେ ମା’ ଦୁର୍ଗାଙ୍କ ନିକଟରେ ସୁକିନ୍ଦାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଗ୍ରାମାଞ୍ଚଳରେ ଦୁର୍ଗାପୂଜାକୁ ନେଇ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ମା’ଙ୍କ ପ୍ରତି ଶ୍ରଦ୍ଧା ଓ ଆସ୍ଥା ଗ୍ରାମବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଓ ଭାଇଚାରାକୁ ଅଧିକ ସୁଦୃଢ଼ କରିଛି।