ଡଃ.ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ।

0 0

ଭୁବନେଶ୍ୱର,୨୦/୧୦(ପିପିଟି): ରବିବାର ୧୧ ଘଟିକା ସମୟରେ ଗୁଆଝର ଠାରେ ରାଜ୍ୟ ସ୍ତରୀୟ ଡଃ ହରେକୃଷ୍ଣ ମହତାବଙ୍ଗର ୧୨୭ ତମ ଜୟନ୍ତୀ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ହୋଇଯାଇଅଛି । ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ ଆସନ୍ତା ତା -୨୧ ନଭେମ୍ବର ୨୦୨୬ ରିଖ, ଶନିବାର ଅନୁଷ୍ଠିତ ହେବ । ଭକ୍ତକାର୍ଯ୍ୟକ୍ରମରେ ୫୦ ଦଳ ପାଇକ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସମ୍ବଲପୁରୀ, ପଶୁମୁଖା, ଧେମଶା, ଘୁମୁରା, ଶବର ଶବରୁଣୀ, ଘୋଡ଼ା ନାଚ, ତାକା ନୃତ୍ୟ, ଆଦିବାସୀ ନୃତ୍ୟ, ରଣପା, ଦୁଲୁଦୁଲି, ମେଢ଼ନାଚ, ଗଞ୍ଜାମ ଶଙ୍ଖ’ ଇତ୍ୟାଦି ଯୋଗଦେବା ସହିତ, ପ୍ରତିବର୍ଷ ପରି ନିମ୍ନଲିତ କାର୍ଯ୍ୟକ୍ରମ କରାଯିବ ବୋଲି ହରେକୃଷ୍ଣ ମହତାବ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ସୂଚନା ପ୍ରଦାନ କରିଛନ୍ତି।

ସେ ଆହୁରି ସୂଚନା ପ୍ରଦାନ କରି କହିଛନ୍ତି କି ଉକ୍ତ ଦିନ ସକାଳ ୦୭ ଘଟିକା ସମୟରେ ମନ୍ଦିର, ମସଜିତ, ବର୍କ, ବୁଦ୍ଧ ମନ୍ଦିରରେ ପୂଜାର୍ଚନା କରାଯିବ । ସେହିପରି ସକାଳ ୦୮ ଘଟିକା ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା‌ଯିବ । ସକାଳ ୦୯ ଘଟିକା ସମୟରେ ମେଡିକାଲରେ ରୋଗୀଙ୍କୁ ଫଳବଣ୍ଡନ କରା‌ଯିବ । ସକାଳ ୧୦.୩୦ ଘଟିକା ସମୟରେ ପି ଏମ.ଡି ଛକ ଠାରେ ସାଧାରଣ ସଭା କରା‌ଯିବ ଏବଂ ଏହି ସଭାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସଭାପତିତ୍ବ କରିବେ ।

ମଧ୍ୟାହ୍ନ ୧୧.୩୦ ଘଟିକା ସମୟରେ ପି ଏମ.କି ଛଳ ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଆସିବ । ମଧ୍ୟାହ୍ନ ୧.୨.୦୦ ଘଟିକା ସମୟରେ ଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପାଇକ ମାନଙ୍କୁ ସମ୍ମାନିତ କରାଯିବ ।

ଉକ୍ତ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେଳା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେବେ ।

ସାନ୍ଧ୍ୟ ୦୭ ଘଟିକା ସମୟରେ ବଢ଼େଇବାଙ୍କ ଛକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ଖଦି ବୋର୍ଡ ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସମାଜସେବୀ ଅମୀୟ ଦାସ ଯୋଗଦେବେ ବୋଲି  ରାଉତରାୟ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.