ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ ୪ ହଜାର ଟଙ୍କା; ୬ ମାସର ସମ୍ମାନ ରାଶି ମଞ୍ଜୁର ।

0 258

ଭୁବନେଶ୍ୱର,୧୬/୧୦(ପିପିଟି): ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଖୁସି ଖବର। ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଛଅ ମାସର ସମ୍ମାନ ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧିମାନେ ଉପକୃତ ହେବେ।

ସରକାରୀ ନିଷ୍ପତ୍ତି ଅନୁଯାୟୀ, ୨୦୨୬ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ପିଛିଲା ଭାବେ ପ୍ରଦାନ କରାଯିବ। ଏହି ଅବଧି ପାଇଁ ପ୍ରତ୍ୟେକ ସରପଞ୍ଚ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚ ମାସିକ ୪ ହଜାର ଟଙ୍କା ହିସାବରେ ସମ୍ମାନ ରାଶି ପାଇବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପୂଜା ଅବସରରେ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ଆର୍ଥିକ ସହାୟତା ଭାବେ ଦେଖାଯାଉଛି।

Leave A Reply

Your email address will not be published.