ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ-୨୦୨୬” ।

0 0

କୁକୁଡ଼ାଖଣ୍ଡି,୧୩/୧୦(ପିପିଟି): ଦକ୍ଷିଣପୁର କ୍ଲଷ୍ଟରସ୍ଥ, ପଦରବାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ “ସୁରଭୀ-୨୦୨୬” ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆମ୍ବଗଡ ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ପଞ୍ଚାୟତର ସମିତି ସଭ୍ୟ ତଥା ଶିକ୍ଷାବିତ୍ କାହୁଁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶୈଖିକ ବିକାଶ ଦିଗରେ ଆଲୋକପାତ କରିଥିଲେ। ବାଲିପଡ଼ା ପଞ୍ଚାୟତର ସମିତି ସଭ୍ୟା ପ୍ରତିମା ମଲ୍ଲିକ୍ ସମ୍ମାନିତ ଅତିଥି ଭାବେ ଏବଂ କ୍ଲଷ୍ଟର ସି.ଆର.ସି.ସି ଦୁଷ୍ମନ୍ତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନେ ସରକାରଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶ ପ୍ରକାରେ ତଥା ଉକ୍ତ ଦିନର କାର୍ଯ୍ୟ ସୂଚୀ ପ୍ରକାରେ ଶିଶୁଙ୍କ ଲୁକାୟିତ ପ୍ରତିଭା ବିକଶିତ ନିମନ୍ତେ ଉକ୍ତ ଦିବସରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ବାଟିକା,cwsn ତଥା ସବୁ ସ୍ତରର ଶିଶୁଙ୍କ ପାରଦର୍ଶିତା ଅର୍ଜନ କରିଥିବା ଶିଶୁଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଶିଶୁଙ୍କୁ ଉତ୍ସାହିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ (ନୃତ୍ୟ ପ୍ରଦର୍ଶନ) ବିଜେତା ମଧ୍ୟରୁ ବାଳକୃଷ୍ଣପୁର ବିଦ୍ୟାଳୟ (୧ମ), ଦକ୍ଷିଣପୁର ବିଦ୍ୟାଳୟ (୨ୟ) ଓ କୁମ୍ଭଝୋରି ସେବାଶ୍ରମ (୩ୟ) ସ୍ଥାନ ଅଧିକାର କରି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଉକ୍ତ ଦିବସରେ ସମ୍ମାନିତ ଅତିଥି ଭାବେ ରଞ୍ଜନ କୁମାର ପାଣିଗ୍ରାହୀ (ଅବସର ଶିକ୍ଷକ) ଏବଂ ଶିବରାମ ମହାଙ୍କୁଡ଼ ( ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସମର୍ପିତ ଅବସର ଶିକ୍ଷକ) ବିଚାରକ ଭାବେ ଉକ୍ତ କ୍ଲୋଷ୍ଟରର ଗାଇଡ୍ ଶିକ୍ଷକ/ଶିକ୍ଷୟତ୍ରୀ ବୃନ୍ଦଙ୍କ ସହ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ଯଥା ଆମ୍ବଗଡ ବିଦ୍ୟାଳୟର ସୁନୀତା ସାହୁ, ଗୁଣ୍ଠବନ୍ଧ ବିଦ୍ୟାଳୟର ସୁଜାତା କୁମାରୀ ସାହୁ ଓ ଦକ୍ଷିଣପୁର ବିଦ୍ୟାଳୟର ଏ.ପୁଷ୍ପଲତା,ଲାଞ୍ଜିଆ ବିଦ୍ୟାଳୟର ନମିତା କୁମାରୀ ମହାରଣା,ବାଳକୃଷ୍ଣପୁର ବିଦ୍ୟାଳୟର ଶଶିରେଖା ମଲ୍ଲିକ ଭଗବାନପୁର ବିଦ୍ୟାଳୟର ଶିବାନନ୍ଦ ସାହୁ ବିରିବାଡ଼ିଆ ବିଦ୍ୟାଳୟର ସୌମ୍ୟରଞ୍ଜନ ଦାଶ, ବାଘଝୋରି ବିଦ୍ୟାଳୟର ରୁନି କୁମାରୀ ସେଠି, ତଳ କୁମ୍ଭଝୋରି ବିଦ୍ୟାଳୟର ସୁଶ୍ରୀ ସଂଗୀତା ପାତ୍ର, ସେବାଶ୍ରମ କୁମ୍ଭଝୋରି ବିଦ୍ୟାଳୟର ପି.ନରସିଂହ, ବୁଦାଲୁଣ୍ଡି ବିଦ୍ୟାଳୟର ମହାଲକ୍ଷ୍ମୀ କର ସମେତ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ମିଶ୍ରଙ୍କ ସୁସ୍ବାଗତ ଓ ସଫଳ ଆୟୋଜନ, SMC ଅଧ୍ୟକ୍ଷ ଟିକିନା ଗୌଡ଼, ବାଳକୃଷ୍ଣପୁର SMC ସୁଧାକର ସାହୁ,ସୁଧୀର ଗୌଡ଼,ପଦ୍ମଲୋଚନ ଗୌଡ଼ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ସହ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପାଚିକା ମାଆ ମାନଙ୍କ ସହଯୋଗ ଏବଂ ବି.ଇ.ଓ.ଙ୍କ ଅଫିସ୍ ଷ୍ଟାଫ୍ ମୋନାଲି ପାଢ଼ୀ ଓ ଜିତେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ବିଚାରକ ଭାବେ ସମ୍ପୂର୍ଣ୍ଣ ଅଂଶ ଗ୍ରହଣ କରି ଚଳନ୍ତି କ୍ଲୋଷ୍ଟର ସ୍ତରୀୟ “ସୁରଭୀ-୨୦୨୬” ଶିଶୁ ମହୋତ୍ସବକୁ ତଥା ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ମିଶ୍ରଙ୍କ ତତ୍ତ୍ୱାବଧାନରେ ଦେବକୀ ମଳିକ’ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.