ପାଲଙ୍ଗ ପଞ୍ଚାୟତରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ।

0 6

ଗଞ୍ଜାମ,୧୩/୧୦(ପିପିଟି):ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ଗଞ୍ଜାମ ବ୍ଲକ୍‌ର ବିଡିଓ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି,କର୍ମଚାରୀ ଓ ଗ୍ରାମବାସୀ ଯୋଗଦେଇଥିଲେ ।

ଏହି ଅବସରରେ ସାମୂହିକ ସଫେଇ କାର୍ଯ୍ୟ କରାଯିବା ସହ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ, ଆବର୍ଜନାର ସଠିକ୍‌ ପରିଚାଳନା ଏବଂ ନିଜ ଗାଁକୁ ସ୍ୱଚ୍ଛ,ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଏଥିସହ ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.