ବାଙ୍କୀ,୧୩/୧୦: ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହ କଲେଜ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ସାଇନ୍ ଡାଏ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ କଲେଜ ପରିସରରେ ଚର୍ଚ୍ଚା ଜୋର୍ ଧରିଛି।
କଲେଜରେ ନିର୍ବାଚନକୁ ନେଇ ଉପୁଜିଥିବା ପରିସ୍ଥିତି ଏବଂ ସୁରକ୍ଷା ସମ୍ପର୍କିତ ଆଶଙ୍କାକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ଏବଂ କଲେଜରେ ଶାନ୍ତିଶୃଙ୍ଖଳା ବଜାୟ ରହେ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନିର୍ବାଚନ ବାତିଲ ଓ ସାଇନ୍ ଡାଏ ଘୋଷଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି।