ତାଳସରରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ।

0 69

ବେଗୁନିଆପଡ଼ା ,୦୭/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତାଳସର ଗ୍ରାମର କୃଷ୍ଣ ସ୍ବାଇଁଙ୍କ ସ୍ତ୍ରୀ ରଞ୍ଜିତା ସ୍ବାଇଁ (୩୨) । ପ୍ରାପ୍ତସୂଚନା ଅନୁଯାୟୀ ମୃତ ରଞ୍ଜିତା ନିଜ ବିଲରେ କାମ କରୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ନିଜ ଗ୍ରାମରେ ହୋଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି । ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.