ଆସ୍କା,୦୪/୧୦(ପିପିଟି): ଅଖିଳ ଭାରତ ଟ୍ରେଡ୍ ୟୁନିଅନ କଂଗ୍ରେସ (AITUC) ଏକାଦଶ ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଜି ଆସିକା ସହରର ଖମ୍ବେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ସମ୍ମିଳନୀକୁ ଏଆଇଟିୟୁସି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ ରାଉତ ଉଦଘାଟନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ ।
ଏହି ସମ୍ମିଳନୀରେ ଆଗାମୀ ଦିନ ପାଇଁ ସାଥି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ସଭାପତି ଏବଂ ସମ୍ପାଦକ ଭାବେ ସାଥି ପ୍ରଦୀପ ସେଠୀ,ସାଥି ପ୍ରବୀଣ ଦାସ କାର୍ଯ୍ୟକାରୀ ସଭାପତି, ସାଥି ରାଜେନ୍ଦ୍ର ଦାସ ଓ ଦୁର୍ଗା ଚରଣ ପାତ୍ର ଉପ ସଭାପତି ଏବଂ ମାଗୁଣୀ ବିଷୋୟୀ ଓ କିଶୋର ଶତପଥୀ ସହ ସମ୍ପାଦକ ଓ ସାଥି ପ୍ରଫୁଲ୍ଲ ଜେନା କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତି ନିର୍ବାଚିତ ହୋଇଛନ୍ତି । ଏଥି ସହିତ ୩୧ ଜଣିଆ ଜିଲ୍ଲା ପରିଷଦ ସମ୍ମିଳନୀରେ ଗଠିତ ହୋଇଛି । ଚଳିତ ମାସ ୩୧ ତାରିଖ ଏବଂ ନଭେମ୍ବର ମାସ ୧ ଓ ୨ ଦୁଇ ତାରିଖ ତିନିଦିନ ଧରି ତାଳଚେର ଠାରେ ଅନୁଷ୍ଠିତ ହେବାକୁ ଥିବା ଏଆଇଟିୟୁସି ର ରାଜ୍ୟ ସମ୍ମିଳନୀ ସକାଶେ ପ୍ରତିନିଧି ଚୟନ କରାଯାଇଥିଲା ।