ଏଜିଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ପକ୍ଷ ପାଳିତ ।

0 199

ଭୁବନେଶ୍ୱର ,୦୨/୧୦(ପିପିଟି):ଭାରତର ମହଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ପୂର୍ବାଞ୍ଚଳ ଶାଖା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ହେବା ସହ ସ୍ୱଚ୍ଛତା ପକ୍ଷର ଉଦଯାପନୀ ସମାରୋହ ଏଜି ନୂଆ କଲୋନୀଠାରେ ଅନୁଷ୍ଠିତ ହୋଇଛି । ପ୍ରଧାନ ମହଲେଖାକାର ସୁବୁ. ଆରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଡେପୁଟି ସିଏଜି ପ୍ରମୋଦ କୁମାର ମୁଖ୍ୟ ଅତିଥି, ମହଲେଖାକାର ଅତୁଲ ପ୍ରକାଶ ଏବଂ ବରିଷ୍ଟ ଉପ ମହଲେଖାକାର ଭରତ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ପ୍ରମୋଦ କୁମାର ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଗାନ୍ଧିଜୀ ସ୍ୱଚ୍ଛତା ଉପରେ ଗୁରୁତ୍ୱପ୍ରଦାନ କରିବା ସହ ଏହାକୁ ଏକ ଗଣ ଆନ୍ଦୋଳନରେ ରୂପାନ୍ତର କରିବାକୁ ଚାଁହୁଥିଲେ ବୋଲି ସେ ଉଲ୍ଲେଖ କରିଥିଲେ।ଏହା ପ୍ରଥମେ ନିଜ ଘରୁ ଆରମ୍ଭ ହେବା ଆବଶ୍ୟକ ଯାହାର ପ୍ରଭାବ ନିଜ ପରିବାର ଓ ଉତ୍ତର ପିଢ଼ି ଉପରେ ପଡିଥାଏ ବୋଲି ସେ କହିଥିଲେ । ଯାହାଫଳରେ ଗାନ୍ଧିଜୀଙ୍କ ସ୍ବପ୍ନ ସାକାର ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ କର୍ମଚାରୀ ନିଜର ପରିବେଶର ପରିଚ୍ଛନ୍ନତା ବଜାୟ ରଖିବା ସହ ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଉଚିତ ବୋଲି ଉପସ୍ଥିତ ଅତିଥିମାନେ ମଧ୍ୟ ମତବ୍ୟକ୍ତ କରିଥିଲେ ।

ଏହା ପରେ ଏଜି କଲୋନୀ ମଧ୍ୟରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଉପ ମହଲେଖାକାର ସଞ୍ଜୟ କୁମାର, ବିଭ୍ରାଂଶୁ ଶେଖର ନାୟକ, ବନଥ ରାକେଶ ନାୟକ,ଶୁଭମ ସ୍ଵାମୀ, ରାଜ କିଶୋର ମହାପାତ୍ର, କଲ୍ୟାଣ ଅଧିକାରୀ ନୃସିଂହ ଚନ୍ଦ୍ର ରାଉତ, ବରିଷ୍ଠ ଲେଖା ଅଧିକାରୀ କାଳି ପ୍ରସାଦ ମିଶ୍ର,ବିଶ୍ୱଜିତ ସାହୁ, ରଜନୀ ପଣ୍ଡା, କଲୋନୀ କମିଟି ସଭ୍ୟ ଅଶୋକ କୁମାର ପଟ୍ଟନାୟକ, ସୁବ୍ରତ ସିଂ,ରବି କୁମାର, ରଞ୍ଜନ କୁମାରଙ୍କ ସହ ଶତାଧିକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.