ମାଣିତରା ମା ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ।

0 199

ପୋଲସରା ,୨୯/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମା ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଜୟଦେବ ରାଉତ ସଂପାଦକ ପିତାମ୍ବର ପଣ୍ଡା ଓ ଉପଦେଷ୍ଟା ସନକ କୁମାର ବିଶ୍ୱାଳଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ଶିକ୍ଷାନୁଷ୍ଠାନର ଗୁରୁଜୀ ଓ ଗୁରୁମା ବୃନ୍ଦଙ୍କ ସହଯୋଗରେ ବିଜ୍ଞାନ ମେଳା ସଫଳତାର ସହ ସମାପନ ହୋଇଥିଲା। ଏହି ବିଜ୍ଞାନ ମେଳାରେ କନିଷ୍ଠ ଓ ବରିଷ୍ଠ ଉଭୟ ବିଭାଗରୁ ୧୬ ଗୋଟି ଲେଖାଏଁ ପ୍ରକଳ୍ପ ସ୍ଥାନ ପାଇଥିଲା। କନିଷ୍ଠ ବିଭାଗରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଦିପ୍ତିମୟୀ ସାମଲଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ, ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଚିସ୍ମିତା ସେଠୀଙ୍କ ପ୍ରକଳ୍ପ ଦ୍ୱିତୀୟ ସ୍ଥାନ ଓ ଚତୁର୍ଥ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ନାୟକଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ବରିଷ୍ଠ ବିଭାଗର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପରମିତା ଡାକୁଆଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ, ଅଷ୍ଟମ ଶ୍ରେଣୀ ଛାତ୍ରୀ କୋମଲ ପୋଲାଇଙ୍କ ପ୍ରକଳ୍ପ ଦ୍ୱିତୀୟ ସ୍ଥାନ ଓ ଅଷ୍ଟମ ଶ୍ରେଣୀ ଛାତ୍ର ସୋମଦେବ ବିଶ୍ୱାଳଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା। ବିଚାରକ ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ପ୍ରଜ୍ଞା ପରମିତା ସାହୁ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଏବଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଜ୍ୟୋତି ପ୍ରକାଶ ପ୍ରଧାନ ଓ ଗିରିଜାନନ୍ଦ ପୁହାନ ଯୋଗଦେଇ ମୂଲ୍ୟାୟନ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ସିଆରସିସି ଶଶିକାନ୍ତ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସାହୁ, ଅଧ୍ୟାପକ ମନୋରଞ୍ଜନ ମୁଦୁଲି ,ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଓ ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ଗୌଡ ଯୋଗଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରଙ୍କୁ ପ୍ରମାଣ ପତ୍ର ଓ ସିଲଡ ପ୍ରଦାନ କାଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂପାଦକ ପୀତାମ୍ବର ପଣ୍ଡା ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ସନକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.