ଗଣେଶ ମେଢ଼ ପ୍ରସାର ସକାଶେ ପୁସ୍ତପୁର “ବଜରଙ୍ଗ”ଦଳର ନିଆରା ପ୍ରୟାସ l

0 4

କୋଦଳା ,୨୭/୦୯(ପିପିଟି ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଠାରେ ଚାଲିଥିବା ବହୁଚର୍ଚିତ ଗଣେଶ ମେଢ଼ ପ୍ରଚାର ପ୍ରସାର ପାଇଁ ପୁସ୍ତପୁର ବଜରଙ୍ଗ ଦଳ ଏକ ନିଆରା ଏବଂ ଅଭିନବ ପ୍ରୟାସ କରିଛି । ବିଗତ କିଛିବର୍ଷ ଧରି ଶ୍ରୀ ଗଣେଶଙ୍କ ପୂଜାପର୍ବରେ ଏଠାରେ ହେଉଥିବା ଗଣେଶ ମେଢ଼ ଅଞ୍ଚଳରେ ଦିନକୁଦିନ ଲୋକପ୍ରିୟ ହେବାରେ ଲାଗିଛି । ଏହି ଲୋକପ୍ରିୟତା ବଜାୟ ରଖିବା ପାଇଁ ରବିବାର ଦିନ ବଜରଙ୍ଗ ଦଳ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିବା ମା କାଳୀଙ୍କ ମହିମା ଉପରେ ଆଧାରିତ ଅଧ୍ୟାତ୍ମିକ ଓଡ଼ିଆ ସିନେମା “ଦଣ୍ଡକାଳୀ “ବେଗୁନିଆପଡା ଲଷ୍ମୀ ଟକିଜ ରେ ଚାଲିଥିବା ବେଳେ ଏହାକୁ ଦେଖିବାକୁ ଆସି ଉଭୟ “ଦଣ୍ଡକାଳୀ ” ସିନେମା ଏବଂ ଗଣେଶ ମେଢ଼ ସମ୍ପର୍କରେ ସକାରାତ୍ମକ ମତାମତ ଦେଇଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.