ବେଲଗୁଣ୍ଠା ବ୍ଲକର ଓଷ୍ଟା କର୍ମକର୍ତ୍ତା ନିର୍ବାଚନ ।

0 0

ଭଞ୍ଜନଗର, ୨୬/୦୯(ପିପିଟି ):ବେଲଗୁଣ୍ଠା ବ୍ଲକ ପଞ୍ଚାୟତ ହାଇସ୍କୁଲ, ଖଇରପୁଟି ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ସମ୍ବିଧାନିକ ସମ୍ମିଳନୀ ସଭାପତି ରବିନାରାୟଣ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପ୍ରାକ୍ତନ ଜିଲ୍ଳା ସଭାପତି ସନ୍ତୋଷ ଜେନା, ଗଞ୍ଜାମ ଜିଲ୍ଳା ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ଉପଦେଷ୍ଟା ପିତାମ୍ବର ପାଢ଼ୀ, ଶିକ୍ଷକ ନେତା ସୁରେନ୍ଦ୍ର କୁମାର ସାହୁ ଓ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମାଝୀ ଯୋଗଦେଇ ଓଷ୍ଟାର ବିଭିନ୍ନ କାର୍ଯ୍ୟକ୍ରମ, ଶିଶୁ ଉତ୍ସବ, ମେଧାବୃତ୍ତି ପରୀକ୍ଷା ଓ ସାଙ୍ଗଠନିକ ଉପରେ ମତ ରଖିଥିଲେ । ଜିଲ୍ଳା ସଂଗଠନକୁ ପ୍ରଶଂସା ସହ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ଆଗାମୀ ତିନି ବର୍ଷ ପାଇଁ ବ୍ଲକର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ପ୍ରଦୀପ କୁମାର ମାଝୀ, ଉପସଭାପତି ପ୍ରଦୀପ୍ତ କୁମାର କର, ସୁଜାତା କୁମାରୀ ପଣ୍ଡା, ଦୁର୍ଗାମାଧବ ବେହେରା, ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ଅରୁଣ କୁମାର ବେହେରା, ପ୍ରଭାତ କୁମାର ଗୌଡ଼, ରାଜ୍ୟ ପରିଷଦ ସଭ୍ୟ ଆଶୁତୋଷ ସ୍ୱାଇଁ, ଜିଲ୍ଳା ପରିଷଦ ସଭ୍ୟ ଦୁର୍ଗାମାଧବ ଶତପଥୀ, ଗିରିଜା ସାହୁ ଓ ଉପଦେଷ୍ଟା ଭାବେ ହେମନ୍ତ କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ଗୌଡ଼ ଓ ଶରତ ଚନ୍ଦ୍ର ମହାନ୍ତିଙ୍କୁ ଚୟନ କରାଯାଇଛି । ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଉପଦେଷ୍ଟା ପିତାମ୍ବର ପାଢ଼ୀ ଶପଥ ପାଠ କରାଇଥିଲେ । ଶେଷରେ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ୧୨ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.